କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ପୃଥ୍ବୀନାଥ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। କୁହାଯାଉଛି, ଏକ ବୋଲେରୋ ନିୟନ୍ତ୍ରଣ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିଲା। ଫଳରେ ଏପରି ଅଘଟଣ ଘଟିଛି।
ମୋତିଗଞ୍ଜ ଥାନା ଅଞ୍ଚଳର ସିହାଗାଓଁରୁ ଭକ୍ତଙ୍କ ଏକ ଦଳ ଏକ ବୋଲେରୋରେ ଖରଗୁପୁରର ପ୍ରସିଦ୍ଧ ପୃଥ୍ବୀ ନାଥ ମନ୍ଦିରକୁ ଜଳ ଅର୍ପଣ କରିବାକୁ ଯାଉଥିଲେ । ଏହି ସମୟରେ, ବୋଲେରୋଟି ହଠାତ୍ ସରୟୁ କେନାଲରେ ଖସି ପଡ଼ିଥିଲା, ଯାହା ଫଳରେ ଘଟଣାସ୍ଥଳେ ବୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣାର ସମ୍ପର୍କରେ ତୁରନ୍ତ ଅବଗତ ହୋଇଛନ୍ତି। ସେ ଅଧିକାରୀମାନଙ୍କୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor