ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୧୭,୦୦୦ କୋଟି ଟଙ୍କାର ଏକ ବଡ଼ ଧରଣର ଋଣ ଠକେଇ ମାମଲାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତାଙ୍କୁ ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାକୁ ନେଇ ନିକଟରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକର ଏକାଧିକ ଠିକଣାରେ ଚଢ଼ାଉ କରାଯାଇଥିଲା । ସୂଚନା ଅନୁସାରେ, ଏହି ମାମଲା ମନି ଲଣ୍ଡରିଂ ନିବାରଣ ଅଧିନିୟମ (PMLA) ଅଧୀନରେ ରୁଜୁ କରାଯାଇଛି ।
Powered by Froala Editor