୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର

୪୦ ବର୍ଷୀୟ ଅର୍ଦ୍ଧ ବୟସ୍କା ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର। ଆଉ ଏହି ବାହାଘରକୁ ସମର୍ଥନ କରୁଛନ୍ତି ଶିକ୍ଷକଙ୍କ ପ୍ରଥମ ପତ୍ନୀ। ଏହି ଅବୈଧ ଘଟଣାକୁ ନେଇ ସମାଜସେବୀ ଓ ଅଭିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି।
ଛାତ୍ରୀଙ୍କ ସ୍କୁଲର ଜଣେ ଶିକ୍ଷକ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତ ବ୍ୟକ୍ତି, ତାଙ୍କ ସ୍ତ୍ରୀ, ବିବାହ କାର୍ଯ୍ୟକ୍ରମରେ ପୂଜା କରାଇଥିବା ପୁରୋହିତ ଏବଂ ଏହି ଅବୈଧ ବିବାହ ଆୟୋଜନରେ ସହାୟତା କରିଥିବା ଜଣେ ମଧ୍ୟସ୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାଟି ହାଇଦ୍ରାବାଦଠାରୁ ୫୫ କିମି ଦୂରରେ ଥିବା ନନ୍ଦିଗାମାରେ ଘଟିଥିଲା।
ଝିଅଟିକୁ ବାହା କରାଇବା ପାଇଁ ତାଙ୍କ ମାଆ ରାଜି କରାଇଥିଲେ ଏବଂ ଅଭିଯୁକ୍ତ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସମ୍ମୁଖରେ ନାବାଳିକା ଝିଅ ସହ ସାତ ଫେରା ନେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିବାହ ମେ ମାସରେ ହୋଇଥିଲା। କିନ୍ତୁ ଯେତେବେଳେ ଝିଅଟି ତାଙ୍କ ଶିକ୍ଷୟିତ୍ରୀଙ୍କୁ ସବୁକିଛି କହିଲା ସେତେବେଳେ ଘଟଣାଟି ସାମ୍ନାକୁ ଆସିଲା।
ଝିଅଟିର ଶିକ୍ଷୟିତ୍ରୀ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କ କବଳରୁ ନାବାଳିକାକୁ ଉଦ୍ଧାର କରିଥିଲା।
Powered by Froala Editor