ଜାରି ହୋଇଥିବା ନିର୍ଦ୍ଦେଶନାମା ରେଭେନ୍ସାରେ କିଛି ସମୟ ପରେ ପ୍ରତ୍ୟାହୃତ

କଟକ: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଓ ପରେ ମୃତ୍ୟୁ ବରଣକୁ ନେଇ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ରେଭନ୍ସୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କିଛି ସମୟ ପରେ ପ୍ରତ୍ୟାହୃତ ହୋଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅପରାହ୍ନ ସାଢେ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରରେ କାମ କରିବେ ନାହିଁ । ହେଲେ ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରି ନେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଖୁବଶୀଘ୍ର ଏ ନେଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ପ୍ରଥମେ ବିଜ୍ଞପ୍ତି ଜାରି କରାଗଲା, ହେଲେ ପରେ କାହିଁକି ପ୍ରତ୍ୟାହୃତ ହେଲା ତାହାର କାରଣ ଜଣାପଡିନାହିଁ ।
Powered by Froala Editor