କୋଇଲା ଅତଡ଼ା ଭୁଶୁଡ଼ି ଜଣେ ମୃତ

ନୂଆଦିଲ୍ଲୀ: କୋଇଲା ଖଣିରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ ଏକାଧିକ ଶ୍ରମିକ ଫସି ରହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଶନିବାର ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ରାମଗଡ଼ ଜିଲାର କରମା ଅଞ୍ଚଳରେ ବେଆଇନ ଭାବେ କୋଇଲା ଖନନ କାର୍ଯ୍ୟ ଚାଲିଥିଲା। କିଛି ବ୍ୟକ୍ତି ଶ୍ରମିକଙ୍କୁ ଲଗାଇ ବେଆଇନ ଭାବେ କୋଇଲା ଉତ୍ତୋଳନ କରୁଥିଲେ। ମଧ୍ୟାହ୍ନ ସମୟରେ ଖଣି ଭିତରେ ହଠାତ କୋଇଲା ଅତଡ଼ା ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ କୋଇଲା ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେଠାରେ କାର୍ଯ୍ୟରତ ଅନେକ ଶ୍ରମିକ କୋଇଲା ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor