ଏଣିକି ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ ସାଇବର କଲର୍ ଟ୍ୟୁନ୍

ଆପଣମାନେ ଯେତେବେଳେ ବି ଫୋନ କରୁଥିଲେ, ସେହି ସମୟରେ ଏକ କଲର ଟ୍ୟନ ବାଜୁଥିଲା । ସେଥିରେ ଅମିତାଭ ବଚନ ସାଇବର କ୍ରାଇମ ବାବଦରେ ସୂଚନା ଦେଉଥିଲେ । ମାତ୍ର ସେହି କଲର ଟ୍ୟୁନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ଓ ସୋସିଆଲ ମିଡ଼ିଆରେ ତାହାକୁ ବନ୍ଦ କରିବା ପାଇଁ ସ୍ବର ଉଠିଥିଲା । ଏହାର ଜବାବ ଦେଇଥିଲେ ବିଗ୍ ବି। ମୋତେ ନୁହେଁ ବରଂ ସରକାରକୁ କୁହନ୍ତୁ, ସରକାର କହିଲେ ବୋଲି ମୁଁ କହିଛି ବୋଲି କହିଥିଲେ। ଏହାକୁ ନେଇ ଏବେ ସରକାର ବଡ଼ ଘୋଷଣା କରିଛନ୍ତି। କାରଣ ଏହି କଲର୍ ଟ୍ୟୁନ୍କୁ ବନ୍ଦ କରିଦିଆଯାଇଛି।
ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍ କମ୍ପାନୀମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଅମିତାଭଙ୍କ ଦମ୍ଦାର ସ୍ବରକୁ ବ୍ୟବହାର କରାଯାଇଥିଲା। ସେଥିରେ ସେ ବ୍ୟବହାରକାରୀଙ୍କୁ ନକଲି କଲ୍ ଏବଂ ଅନ୍ଲାଇନ୍ ଫ୍ରଡ୍ରୁ ରକ୍ଷା ପାଇବାକୁ କହୁଥିଲେ।
ମିଡ଼ିଆା ରିପୋର୍ଟ ମୁତାବକ, ସରକାର ଏବେ ତାହାକୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂତ୍ର ମୁତାବକ, ଏହି ଅଭିଯାନ ଏବେ ସମାପ୍ତ ହୋଇଯାଇଛି । ଏଥିପାଇଁ କଲର ଟ୍ୟୁନକୁ ହଟାଇ ଦିଆଯାଇଛି । ବହୁ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜରୁରୀକାଳୀନ କଲ୍ କରିବା ସମୟରେ ତାହା ଲୋକଙ୍କୁ ଅସୁବିଧାରେ ପକାଉଥିଲା । ଏହି କାରଣରୁ ଫୋନ କଲେ ସାମ୍ନା ଲୋକଙ୍କ ସହ ତୁରନ୍ତ କଥା ହେବା ସମ୍ଭବ ହୋଇପାରୁନଥିଲା । ପୂର୍ବରୁ ଅମିତାଭଙ୍କ ସ୍ବର ଥିବା ଟ୍ୟୁନ ୪୦ ସେକେଣ୍ଡ ପର୍ଯ୍ୟନ୍ତ ବାଜୁଥିଲା, ତା’ପରେ କଲ୍ ସଂଯୋଗ ହେଉଥିଲା । ନିକଟରେ ଅମିତାଭଙ୍କୁ ଏହି ଟ୍ୟୁନ ପାଇଁ ଟ୍ରୋଲ କରାଯାଇଥିଲା ।
ମହତ୍ ଉଦ୍ଦେଶ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା, ହେଲେ ଏହା ଲୋକଙ୍କ ଅସୁବିଧାର କାରଣ ପାଲଟିଥିଲା। ସରକାର ଏହି କଲର ଟ୍ୟୁନ୍କୁ ସଚେତନ କରିବାକୁ ଉପଯୋଗ କରିଥିଲେ। ଏବେ ଏହି ଅଭିଯାନ ପୂରଣ ହୋଇଛି। ତେଣୁ ଏହାକୁ ହଟାଇବାକୁ ଆଦେଶ ଦିଆଯାଇଛି।
Powered by Froala Editor