ମହାକାଶରୁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ମହାକାଶ ଅଭିଯାନରେ ଯାଇଛନ୍ତି। ଆମେରିକୀୟ ବାଣିଜ୍ୟିକ ମହାକାଶ କମ୍ପାନୀ ‘ଅକ୍ସିଅମ୍’ର ଅକ୍ସିଅମ୍-୪ ମହାକାଶ ଯାନରେ ଶୁଭାଂଶୁ ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଉଡ଼ାଣ ଭରିଛନ୍ତି। ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ଏ ରକେଟ୍ ଦ୍ଵାରା ଏହି ମହକାଶ ଯାନକୁ ଲଞ୍ଚ କରାଯାଇଛି। ତେବେ ଯାତ୍ରା ସମୟରେ ଶୁଭାଂଶୁ ମହାକାଶରୁ କିଛି ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଛନ୍ତି। ଯାହା ଅତ୍ୟନ୍ତ ମନ ମୁଗ୍ଧକର ହୋଇଛି।
ମହାକାଶରୁ ପୃଥିବୀ କିପରି ଦେଖାଯାଉଛି ତାହାର ଏକ ଫଟୋ ପଠାଇଛନ୍ତି ଶୁଭାଂଶୁ। ସେହିପରି ଏହି ଭିଡିଓରୁ ଦେଖିବାକୁ ମିଳିଛି ଯେ ଶୁଭାଂଶ ଅନ୍ୟ ୩ ମହାକାଶଚାରୀଙ୍କ ସହିତ ବସିଛନ୍ତି। ସେମାନେ ଏକ କଣ୍ଢେଇକୁ ବାୟୁରେ ରଖିବା ସମୟରେ ତାହା ଭାସମାନ ଅବସ୍ଥାରେ ଏପଟ ସେପଟ ହେଉଛି। ଏହି ଦୃଶ୍ୟ ବେଶ୍ ମନଲୋଭା ହୋଇଛି।
Powered by Froala Editor