ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଲଗାତାର ୧୨ ଦିନ ପରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଉଭୟ ଦେଶ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷାଣା କରିଛନ୍ତି। ଏହା ମଧ୍ୟରେ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି,ଇରାନର ପରମାଣୁ ସୁବିଧାକୁ ନଷ୍ଟ କରିବା ଓ ଯୁଦ୍ଧ ରୋକିବା ମୋ ପାଇଁ ସମ୍ମାନର କଥା। ସେ ଆହୁରି ମଧ୍ୟ କହିଛନ୍ତି, ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ।
ଯୁଦ୍ଧବିରତି ଘୋଷଣା ପରେ ମଧ୍ୟ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ବନ୍ଦ କରୁ ନଥିଲେ। ଟ୍ରମ୍ପ ଏହାକୁ ନେଇ ଇସ୍ରାଏଲ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଟ୍ରମ୍ପଙ୍କ ଘୋଷଣା ପରେ ଇସ୍ରାଏଲ ଅଭିଯୋଗ କରିଥିଲା ଯେ ଇରାନ ତାଙ୍କ ଉପରେ କ୍ଷେପଣାସ୍ତ୍ର ମାଡ କରୁଛି। ଏହା ପରେ ଇସ୍ରାଏଲ ମଧ୍ୟ ନିଜର ଯୁଦ୍ଧ ବିମାନ ପଠାଇଥିଲା। ଏହା ପରେ ଟ୍ରମ୍ପ ଇସ୍ରାଏଲକୁ ଇରାନ ଉପରେ ବୋମା ନ ପକାଇବାକୁ ଚେତାବନୀ ଦେଇଥିଲେ। ଏପରି କରିବା ଯୁଦ୍ଧବିରତି ଉଲ୍ଲଂଘନ ହେବ। ଆପଣଙ୍କ ପାଇଲଟମାନଙ୍କୁ ଫେରାଇ ଆଣନ୍ତୁ। ଟ୍ରମ୍ପ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ ନାହିଁ। କାହାକୁ କ୍ଷତି ହେବ ନାହିଁ। ଯୁଦ୍ଧବିରତି ପ୍ରଭାବଶାଳୀ। ସେ କହିଛନ୍ତି ଯେ ଇରାନରେ ଶାସନ ପରିବର୍ତ୍ତନର କୌଣସି ଆଶା ନାହିଁ କାରଣ ସେଠାରେ ଯୁଦ୍ଧବିରତି ଲାଗୁ କରାଯାଇଛି।
Powered by Froala Editor