ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

ଦୀର୍ଘ ବର୍ଷ ପରେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁଯାୟୀ, ଜୁଲାଇ ୧ ତାରିଖରୁ ଅଣ-ବାତନୁକୂଳିତ ଟ୍ରେନ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଲୋମିଟର ପ୍ରତି ୧ ପଇସା ଭଡା ବୃଦ୍ଧି ପାଇବ।ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି ଏସି ୨-ସ୍ତରୀୟ, ଏସି ୩-ସ୍ତରୀୟ) ପ୍ରତି କିଲୋମିଟର ପିଛା ୨ ପଇସା ଅଧିକ ଦେବାକୁ ପଡିବ।
ଉଦାହରଣ ସ୍ୱରୂପ, ଯଦି ଆପଣ ୧୦୦୦ କିଲୋମିଟର ଯାତ୍ରା କରନ୍ତି, ତେବେ ଆପଣଙ୍କୁ ନନ୍-ଏସିରେ ୧୦ ଟଙ୍କା ଏବଂ ଏସିରେ ୨୦ ଟଙ୍କା ଅଧିକ ଦେବାକୁ ପଡିବ। ତେବେ ଭଡା ବୃଦ୍ଧି ଯାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଉପନଗରୀୟ ଟ୍ରେନ ଭଡା ଏବଂ ମାସିକ ସିଜନ୍ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିବ, ଯାହା କାର୍ଯ୍ୟସ୍ଥଳକୁ ଯିବା ଏବଂ ଫେରିବା ପାଇଁ ପ୍ରତିଦିନ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ଖୁସିର କଥା ହେଉଛି ସେକେଣ୍ଡକ୍ଲାସରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ପ୍ରକାର ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ପ୍ରତି କିଲୋମିଟର ପିଛା ଯାତ୍ରୀଙ୍କୁ ଅଧ ପଇସା ଅତିରିକ୍ତ ଦେବାକୁ ପଡିବ।
ଏଥିସହିତ ରଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଥିବା ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ୨୦୨୫ ଜୁଲାଇ୧ ରୁ ତତ୍କାଳ ଟିକେଟ୍ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ।
Powered by Froala Editor