ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

ପ୍ରଶାନ୍ତ ମହାସାଗରରେ ନିଆଁ ଲାଗିଥିବା ଏକ ମାଲବାହୀ ଜାହାଜ ବୁଡ଼ି ଯାଇଛି। ମର୍ଣ୍ଣିଂ ମିଡାସ୍ ନାମକ ଜାହାଜ ନିଆଁ ଲାଗିବା ପରେ ପରିତ୍ୟକ୍ତ ହୋଇଯାଇଥିଲା। 800 ଇଲେକ୍ଟ୍ରିକ ଗାଡ଼ି ସହ 3000 ଗାଡ଼ି ନେଇ ଯାଉଥିବା ଜାହାଜ ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି ।
ଜାହାଜ କମ୍ପାନୀ କହିଛି ଯେ ଜାହାଜଟି ଜୁନ୍ 23 ତାରିଖରେ ପ୍ରାୟ 5000 ମିଟର ଗଭୀର ପାଣିରେ ବୁଡ଼ି ଯାଇଥିଲା। ଜୋଡିଆକ୍ ମ୍ୟାରିଟାଇମ୍ ଏକ ବିବୃତ୍ତିରେ ଆହୁରି କହିଛି ଯେ ଖରାପ ପାଣିପାଗ ଯୋଗୁ ଅଗ୍ନିକାଣ୍ଡ ଜନିତ କ୍ଷତି ବୃଦ୍ଧି ପାଇଥିଲା ଓ ପରବର୍ତ୍ତୀ ସମୟରେ ଜାହାଜ ଭିତରେ ପାଣି ପଶିଯିବାରୁ ଏହା ବୁଡ଼ି ଯାଇଥିଲା।
ଏହି ମାସର ଆରମ୍ଭରେ ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା, ପ୍ରଥମେ ଇଲେକ୍ଟ୍ରିକ୍ ଯାନବାହନ ପରିବହନ କରୁଥିବା ଏକ ଡେକରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଜହାଜରେ ମୋଟ 22 ଜଣ ଲୋକଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
Powered by Froala Editor