‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ବିରୋଧରେ ଆଦିବାସୀ ସଂଘ ସାଇବରାବାଦର ରାୟଦୁଗ୍ରାମ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛି। ବିଜୟଙ୍କ ବିରୋଧରେ ଏସସି/ଏସଟି ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଭିନେତା ସେମାନଙ୍କ ସଂଘକୁ ଅପମାନିତ କରିଛନ୍ତି।
ବିଜୟ ଦେବରକୋଣ୍ଡା ଏପ୍ରିଲ ମାସରେ ଅଭିନେତା ସୂର୍ଯ୍ୟଙ୍କ ଫିଲ୍ମ 'ରେଟ୍ରୋ'ର ଅଡିଓ ଲଞ୍ଚରେ ପହଞ୍ଚିଥିଲେ। ସେଠାରେ ବିଜୟ ତାଙ୍କ ଭାଷଣ ସମୟରେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହା ତାଙ୍କ ପାଇଁ ସମସ୍ୟା ପାଲଟିଛି। ବିଜୟ କହିଥିଲେ, 'ଆତଙ୍କବାଦୀମାନେ ଏବେ ସେଭଳି ଲଢ଼ୁଛନ୍ତି, ଯେପରି ୫୦୦ବର୍ଷ ପୂର୍ବେ ଆଦିବାସୀମାନେ ଲଢ଼ୁଥିଲେ। ଆମକୁ ଏକ୍ ହୋଇ ରହିବା ଏବଂ ପରସ୍ପରକୁ ଭଲ ପାଇବା ଉଚିତ। ଏଥିପାଇଁ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ନିଜେ ଖୁସି ରହିବୁ ଏବଂ ଆମ ପିତାମାତାଙ୍କୁ ଖୁସି ରଖିବୁ, ସେତେବେଳେ ହିଁ ଆମେ ଏକାଠି ଆଗକୁ ବଢ଼ିପାରିବୁ।' ଆଦିବାସୀ ସଂଘ ବିଜୟଙ୍କ କଥାକୁ ଆଦୌ ପସନ୍ଦ କରିନଥିଲେ। ସେମାନେ ତାଙ୍କ ଉପରେ ଅଭିଯୋଗ କରିଥିଲେ ଯେ ତାଙ୍କର ବକ୍ତବ୍ୟ ଆଦିବାସୀ ଗୋଷ୍ଠୀ ବିରୁଦ୍ଧରେ ଅପମାନଜନକ ଥିଲା। ବିଜୟ ଆଦିବାସୀ ସଂଘର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିଲେ।
Powered by Froala Editor