ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର୍-କମେଡି 'ସରଦାରଜୀ ୩'ର ଟ୍ରେଲର ରବିବାର ରିଲିଜ୍ ହୋଇଥିଲା। ପାକିସ୍ତାନ ଅଭିନେତ୍ରୀ ହାନିଆ ଅମୀର ଏହି ଫିଲ୍ମରେ ଅଭିନୟ କରିଥିବାରୁ ଫ୍ୟାନ୍ ଓ ସିନେମା ସଂଘ ମଧ୍ୟରେ ତୀବ୍ର ଅଶନ୍ତୋଷ ପ୍ରକାଶ ପାଇଛି। ପହଲଗାମ ଘଟଣା ପରେ ଦେଶରେ ଅସନ୍ତୋଷ ଥିବାର ଫିଲ୍ମକୁ ଭାରତରେ ରିଲିଜ୍ ନ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଥିଲା। ହେଲେ ଏହା ସତ୍ତ୍ୱେ ବି କଳକାର ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ୟାନ୍ କରିବାକୁ ଯୋଜନା ଚାଲିଛି।
ଟ୍ରେଲରରେ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି। 'ଦି ହ୍ବାଇଟ ହିଲ୍ ଷ୍ଟୁଡିଓ' ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛି ଯେ, "ଆମେ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଯେ, 'ସରଦାରଜୀ ୩' ଜୁନ୍ ୨୭ତାରିଖରେ ବିଦେଶରେ ମୁକ୍ତିଲାଭ କରିବ। ଭାରତରେ ଏହାର ମୁକ୍ତିଲାଭକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆମେ ଆପଣଙ୍କ ଭଲପାଇବା ଏବଂ ଧୈର୍ଯ୍ୟର ପ୍ରଶଂସା କରୁଛୁ, ଏବଂ ଆମେ ଖୁବ୍ ଶୀଘ୍ର ଭାରତୀୟ ମୁକ୍ତିଲାଭ ତାରିଖ ସେୟାର କରିବୁ। "
ସୂଚନା ଥାଉକି, ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହି ଫିଲ୍ମଟି ଭାରତରେ ରିଲିଜ୍ ହେବ ନାହିଁ ବୋଲି ୨୨ଜୁନ୍ ୨୦୨୫ ଦୋସାଞ୍ଜ ତାଙ୍କ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଥିଲେ। ସେ ଇନଷ୍ଟାରେ ଫିଲ୍ମର ଟ୍ରେଲର ଶେୟାର କରିବା ସହ ରିଲିଜ୍ ତାରିଖ ଘୋଷଣା କରିଥିଲେ। ଟ୍ରେଲର ଶେୟାର କରି ସେ ଲେଖିଥିଲେ “ସରଦାରଜୀ ୩" ୨୭ ଜୁନରେ କେବଳ ବିଦେଶରେ ମୁକ୍ତିଲାଭ କରିବ / ଫଦ ଲାଓ ଭୂନ୍ଦ ଡିଆନ୍ ଲଟାନ୍।"
Powered by Froala Editor