Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 07, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

ରାଜ୍ୟ
Home ›› ରାଜ୍ୟ ››ପିଜିଆଇ ରିପୋର୍ଟ: ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ-୫ ରେ ଓଡ଼ିଶା

ପିଜିଆଇ ରିପୋର୍ଟ: ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ-୫ ରେ ଓଡ଼ିଶା

2025-06-22 06:22:14
13575
Share:
Facebook
Twitter
E-Mail
WhatsApp
Telegram
ପିଜିଆଇ ରିପୋର୍ଟ: ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ-୫ ରେ ଓଡ଼ିଶା

ଭୁବନେଶ୍ବର: ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷାର ପ୍ରବେଶ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ୨.ଠ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ-୫ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଥିବ‌ା ଜଣାପଡ଼ିଛି।
ଦକ୍ଷ (ଶୀର୍ଷ), ପ୍ରଚେଷ୍ଟା (ମଧ୍ୟମ ସ୍ତର) ଏବଂ ଆକାଂକ୍ଷୀ (ସର୍ବନିମ୍ନ) ଭଳି ୧୦ଟି ଗ୍ରେଡ୍‌ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ପ୍ରଦର୍ଶନ ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ଦକ୍ଷ(୯୪୧-୧୦୦୦) ଗ୍ରେଡ୍‌ରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ନାହାନ୍ତି। ଏହା ତଳକୁ ଥିବା ଉତ୍କର୍ଷ, ଅତି ଉତ୍ତମ ଏବଂ ଉତ୍ତମ ଗ୍ରେଡ୍‌ରେ ମଧ୍ୟ କୌଣସି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍କୋର କରିନାହାନ୍ତି। ପ୍ରଚେଷ୍ଟା-୧ ଗ୍ରେଡ୍‌(୭୦୧-୭୬୦ ସ୍କୋର)ରେ ଏକମାତ୍ର ରାଜ୍ୟ ଭାବେ ଚଣ୍ଡିଗଡ଼ ରହିଛି। ପ୍ର‌େ‌ଚଷ୍ଟା-୨ରେ ଗୋଟିଏ ବି ରାଜ୍ୟ ନଥିବା ବେଳେ ପ୍ରଚେଷ୍ଟା-୩ରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ସ୍ଥାନ ପାଇଛନ୍ତି। ଏହି ଗ୍ରେଡ୍‌ରେ ଥିବା ୧୦ଟି ରାଜ୍ୟ
୫୮୧-୬୪୦ ମଧ୍ୟରେ ସ୍କୋର କରିଛନ୍ତି। ପ୍ରଚେଷ୍ଟା-୩ ଗ୍ରେଡ୍‌ରେ ଥିବା ରାଜ୍ୟଗୁଡ଼ିକ ହେଲା ପଞ୍ଜାବ, ଦିଲ୍ଲୀ, ଗୁଜରାଟ, ଓଡ଼ିଶା, କେରଳ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଡିଉ, ହରିଆଣା, ଗୋଆ, ମହାରାଷ୍ଟ୍ର ଏବଂ ରାଜସ୍ଥାନ। ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶା ୧୦୦୦ ପଏଣ୍ଟରୁ ୫୮୪.୫ ପଏଣ୍ଟ ସ୍କୋର କରିଥିଲା। ୨୦୨୩-୨୪ରେ ୧୧ ପଏଣ୍ଟ ଉପରକୁ ଉଠି ଓଡ଼ିଶା ୫୯୫.୬ ପଏଣ୍ଟ ସ୍କୋର କରିଛି। ୨୦୨୩-୨୪ ଶିକ୍ଷାବର୍ଷରେ ସାମଗ୍ରିକ ସ୍କୋରକୁ ବିଚାରକୁ ନେଲେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ଆକାଂକ୍ଷୀ-୧ ଗ୍ରେଡ୍‌ରେ ୧୪, ଆକାଂକ୍ଷୀ-୨ରେ ୧୦ ଏବଂ ଆକାଂକ୍ଷୀ-୩ ଗ୍ରେଡ୍‌‌େ‌ର ଗୋଟିଏ ରାଜ୍ୟ (ମେଘାଳୟ) ରହିଛି।
ଏହାସହ ଜିଲା ଗୁଡ଼ିକର ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ-ଡି) ପ୍ରକାଶିତ ହୋଇଛି। ଶିକ୍ଷଣ ଫଳାଫଳ, ପ୍ରଭାବୀ ଶ୍ରେଣୀଗୃହ, ଭିତ୍ତିଭୂମି ସୁବିଧା, ବିଦ୍ୟାଳୟ ନିରାପତ୍ତା ଏବଂ ଶିଶୁ ସୁରକ୍ଷା, ଡିଜିଟାଲ ଲର୍ଣ୍ଣିଂ ଏବଂ ଗଭର୍ଣ୍ଣାନ୍ସ ପ୍ରକ୍ରିୟା ଆଦି ୬ଟି ବର୍ଗରେ ୬୦୦ ପଏଣ୍ଟ ପାଇଁ ଜିଲା ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ୨୦୨୩-୨୪ ବର୍ଷ ପାଇଁ ରାଜ୍ୟରେ ଝାରସୁଗୁଡ଼ା ଜିଲା ସାମଗ୍ରିକ ଭାବେ ୩୮୩ ସ୍କୋର କରି ଉତ୍ତମ-୩ ଗ୍ରେଡ୍‌ରେ ରହିଛି। ୨୬୭ ସ୍କୋର କରି ରାୟଗଡ଼ା ଜିଲା ସବଠୁ ତଳେ ରହିଛି। ୨୪ ଜିଲା ପ୍ରଚେଷ୍ଟା-୧ ଗ୍ରେଡ୍‌ରେ ରହିଥିବାବେଳେ ପ୍ରଚେଷ୍ଟା-୨ରେ ରାୟଗଡ଼ା ସମେତ ୫ ଜିଲା ଅଛି। ସେହିପରି ୨୦୨୨-୨୩ ବର୍ଷରେ ମଧ୍ୟ ରାଜ୍ୟରେ ଝାରସୁଗୁଡ଼ା ଜିଲା ଆଗରେ ଥିବାବେଳେ ରାୟଗଡ଼ା ଜିଲା ସବୁଠୁ ତଳେ ଥିଲା। ୧୨ ଜିଲା ପ୍ରଚେଷ୍ଟା-୧, ୧୭ ଜିଲା ପ୍ରଚେଷ୍ଟା-୨ ଏବଂ ଗୋଟିଏ ଜିଲା (ରାୟଗଡ଼ା) ପ୍ରଚେଷ୍ଟା-୩ ଗ୍ରେଡ୍‌ରେ ରହିଥିଲା। ୨୦୨୩-୨୪ରେ ଝାରସୁଗୁଡ଼ା ଜିଲା ପ୍ରଚେଷ୍ଟା-୧ରୁ ଉତ୍ତମ-୩ ଗ୍ରେଡ୍‌କୁ ଉନ୍ନୀତ ହୋଇଛି।

Powered by Froala Editor

Tags Odisha

Related articles Odisha News Lens 4.1

  • ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
    ମନୋରଞ୍ଜନ

    ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

    15051
    Jul 06, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍
    ବିଶେଷ

    ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15292
    Jul 06, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....
    ବିଶେଷ

    ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    14687
    Jul 07, 2025
  • ମହାରାଜା ଅଗ୍ରସେନ ନା ଅଟଳ ଜୀ ! କାହା ନାମରେ ପରିବର୍ତ୍ତନ ହେବ ଦିଲ୍ଲୀ ଷ୍ଟେସନ ନାଁ
    ଦେଶ-ଦେଶାନ୍ତର

    ମହାରାଜା ଅଗ୍ରସେନ ନା ଅଟଳ ଜୀ ! କାହା ନାମରେ ପରିବର୍ତ୍ତନ ହେବ ଦିଲ୍ଲୀ ଷ୍ଟେସନ ନାଁ

    13659
    Jul 06, 2025
  • ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ
    ଦେଶ-ଦେଶାନ୍ତର

    ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ

    14821
    Jul 06, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ
    ବିଶେଷ

    ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    13972
    Jul 07, 2025
  • ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି
    ଦେଶ-ଦେଶାନ୍ତର

    ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି

    15693
    Jul 06, 2025
  • ପ୍ରେମିକର BMW ଗାଡ଼ି ଜାଳିଦେଲା ପୂର୍ବତନ ପ୍ରେମିକା
    ଦେଶ-ଦେଶାନ୍ତର

    ପ୍ରେମିକର BMW ଗାଡ଼ି ଜାଳିଦେଲା ପୂର୍ବତନ ପ୍ରେମିକା

    14629
    Jul 06, 2025
  • ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ
    ଦେଶ-ଦେଶାନ୍ତର

    ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ

    13437
    Jul 06, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି

    15693
    Jul 06, 2025
  • ଦେଶ-ଦେଶାନ୍ତର

    ପ୍ରେମିକର BMW ଗାଡ଼ି ଜାଳିଦେଲା ପୂର୍ବତନ ପ୍ରେମିକା

    14629
    Jul 06, 2025
  • ବିଶେଷ

    ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    13972
    Jul 07, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16608
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16725
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17038
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15527
    Apr 03, 2021

ବିଶେଷ

  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    13972
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    14687
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15292
    Jul 06, 2025
  • ସୌନ୍ଦର୍ଯ୍ୟ ତ୍ଵଚା ପାଇଁ ଗୁଆ ଘିଅ

    15405
    Jul 06, 2025
  • ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା

    15251
    Jul 05, 2025

ବାଣିଜ୍ୟ

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ& ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16401
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14045
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15569
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15548
    Jun 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    13972
    Jul 07, 2025
  • ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ

    14821
    Jul 06, 2025
  • ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ

    13437
    Jul 06, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In