‘ମନ୍ନତ’ରେ ପଶିଲା ବିଏମ୍ସି

ଶାହରୁଖ ଖାନ ଗତ ୪ ମାସ ଧରି ତାଙ୍କ ବଙ୍ଗଳା ମନ୍ନତର ନବୀକରଣ କରୁଛନ୍ତି ଏବଂ ସେ ଏବେ ଭଡ଼ା ଘରେ ରହୁଛନ୍ତି। ଅନେକ ସାମାଜିକ କର୍ମୀ ଏବଂ ପରିବେଶବିତ୍ ଶାହରୁଖଙ୍କ ଉପରେ ଉପକୂଳ ନିୟନ୍ତ୍ରଣ ଜୋନ (କୋଷ୍ଟାଲ ରେଗୁଲେସନ ଜୋନ୍) ର ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଯାଞ୍ଚ ପାଇଁ ବିଏମସିର ଏକ ଦଳ ତାଙ୍କ ବଙ୍ଗଳାରେ ପହଞ୍ଚିଥିଲେ ।
ଏବେ ଖବର ଆସିଛି ଯେ BMC ଅଧିକାରୀମାନେ ମନ୍ନତର ଯାଇ ନବୀକରଣ ଯାଞ୍ଚ କରିଛନ୍ତି। ମନ୍ନତ ମୁମ୍ବାଇର ବାନ୍ଦ୍ରା ସମୁଦ୍ର କୂଳରେ ଅବସ୍ଥିତ। ବଙ୍ଗଳାର ନବୀକରଣରେ କୋଷ୍ଟାଲ ରେଗୁଲେସନ ଜୋନ୍ (CRZ) ଆଇନ ଉଲ୍ଲଂଘନ ହେଉଥିବା ନେଇ BMC ଅଭିଯୋଗ ପାଇଥିଲା।
ଏହା ପରେ ହିଁ, BMCର ଏକ ଦଳ ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତର ନବୀକରଣ କାର୍ଯ୍ୟ ଜାରି ରଖିଛି ଏବଂ ଶାହରୁଖ ପରିବାର ସହିତ ପାଖରେ ଥିବା ଏକ ଭଡା ଘରେ ରହୁଛନ୍ତି । CRZ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ତାହା BMC ତଦନ୍ତ କରୁଛି।
Powered by Froala Editor