ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୧୭୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ୍ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ନିଜ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ବିମାନର ରକ୍ଷଣବେକ୍ଷଣ ଠିକ୍ ଭାବେ କରାଯାଇଥିଲା । ୨୦୨୩ ଜୁନରେ ଏହାର ଫୁଲ୍ ବଡି ଯାଞ୍ଚ ହୋଇଥିଲା ଓ ୨୦୨୫ ଡିସେମ୍ୱରରେ ପରବର୍ତ୍ତୀ ଯାଞ୍ଚ ହୋଇଥାନ୍ତା । ଏହାର ଡାହାଣ ଇଞ୍ଜିନକୁ ୨୦୨୫ ମାର୍ଚ୍ଚରେ ମରାମତି କରାଯାଇଥିଲା ଓ ବାମ ଇଞ୍ଜିନକୁ ୨୦୨୫ ଏପ୍ରିଲ୍ ଯାଞ୍ଚ କରାଯାଇଥିଲା । ବିମାନ ଓ ଇଞ୍ଜିନ ଉଭୟର ନିୟମିତ ଯାଞ୍ଚ କରାଯାଉଥିଲା । ଆମେ ପୂରା ବିମାନ ଉଦ୍ୟୋଗ ସହ ସରକାରୀ ତଦନ୍ତ ରିପୋର୍ଟର ଅପେକ୍ଷା କରୁଛୁ ।
ଏହା ଜଣାପଡିବା ପରେ ତଦନ୍ତର କେନ୍ଦ୍ରବିନ୍ଦୁ ବଦଳିଛି। ଏୟାର ଇଣ୍ଡିଆର ବୋଇଂ ୭୮୭ ଫ୍ଲିଟର ସମ୍ପ୍ରତି ଅଡିଟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କୌଣସି ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଥିବା ପାଇନାହିଁ। କେନ୍ଦ୍ର ଗୃହ ସଚିବଙ୍କ ନେତୃତ୍ୱରେ ବିମାନ ସୁରକ୍ଷା ପ୍ରୋଟୋକଲର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଚାଲିଛି। ଯେକୌଣସି ପଦ୍ଧତିଗତ ଓ ପ୍ରକ୍ରିୟାଗତ ତ୍ରୁଟି ଚିହ୍ନଟ କରିବା ପାଇଁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏକ ବିସ୍ତୃତ ତଦନ୍ତ କରୁଛି।
ଏୟାର ଇଣ୍ଡିଆ ସିଇଓ କହିଛନ୍ତି ଯେ ଜୁନ୍ ୧୪ରେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ, ଆମେ ଆମର ୩୩ ବୋଇଂ ୭୮୭ ବିମାନର ପୂରା ଯାଞ୍ଚ କରୁଛୁ । ଏବେ ସୁଦ୍ଧା ୨୬ ବିମାନର ନୀରିକ୍ଷଣ ଶେଷ ହୋଇଛି ଓ ପରିଚାଳନା ପାଇଁ ମଞ୍ଜୁରି ଦିଆଯାଇଛି । ଅନ୍ୟ ବିମାନଗୁଡ଼ିକର ଅତିରିକ୍ତ ଯାଞ୍ଚ କରାଯାଉଛି । ସେ ଏହା ବି କହିଛନ୍ତି ଯେ ସବୁର ସମୀକ୍ଷା ପରେ ଆମର ବୋଇଁ ୭୮୭ ଓ ରକ୍ଷଣାବେକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ମାନଦଣ୍ଡକୁ ପୂରଣ କରୁଥିବା ଡିଜିସିଏ ସ୍ପଷ୍ଟ କରିଛି ।
Powered by Froala Editor