ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

‘ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ଲିଭର ଜନିତ ଏକ ବିରଳ ରୋଗ ' ଅଟୋଇମ୍ୟୁନ୍ ହେପାଟାଇଟିସ୍ ' ହୋଇଛି । ଯାହାକି ତାଙ୍କୁ ୨୦୨୦ ମସିହାରୁ ହୋଇଥିବା ଜଣାପଡ଼ିଛି । ତେବେ ସେ ନିକଟରେ ଅତ୍ୟାଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ ତାଙ୍କ ବନ୍ଧୁ ଡାକ୍ତର ଆଶାନା ହସ୍ପିଟାଲରୁ ସନାଙ୍କ ଏକ ଫଟୋ ସେୟାର କରିଛନ୍ତି ।
ଆଶାନା ଲେଖିଛନ୍ତି, " ମୋର ସବୁଠାରୁ ଷ୍ଟ୍ରଙ୍ଗ୍ ଦିଭା , ଏତେ ସାହସ ଓ ଧୈର୍ଯ୍ୟର ସହ ଲଢୁଥିବାରୁ ମୁଁ ତୁମ ଉପରେ ଗର୍ବିତ । ମୁଁ ସବୁବେଳେ ତୁମ ସହିତ ଅଛି , ଶୀଘ୍ର ସୁସ୍ଥ ହୁଅ ମୋର ପ୍ରିୟ ଦିଭା ସନା ।"
Powered by Froala Editor