ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ରବିବାର ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଛୁଇଁଥିଲା। ଅନ୍ୟଜଣେ ରୋଗୀ କରୋନାରେ ପ୍ରାଣ ହରାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ରାଜ୍ୟରେ ବର୍ତ୍ତମାନ ଯେଉଁ ସଂଖ୍ୟାରେ କରୋନା ପରୀକ୍ଷା ହେଉଛି ତାହା ତୁଳନାରେ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ଡା. ମିଶ୍ର କହିଛନ୍ତି। ଭିଡ଼ ସ୍ଥାନକୁ ନ ଯିବାକୁ ସେ ପରାମର୍ଶ ଦେବା ସହିତ ମାସ୍କ ବ୍ୟବହାର ଉପରେ ଗୁରୁତ୍ଵ ଦେଇଛନ୍ତି। ଅନ୍ୟପଟେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଛି।
Powered by Froala Editor