କ୍ୟାନସରରେ ପୀଡ଼ିତ ଦୀପିକା

ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର କିଛିଦିନ ହେବ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସରରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଗତ କିଛି ସପ୍ତାହ ଆମ ପାଇଁ ବହୁତ କଷ୍ଟକର। ପେଟର ଉପର ଭାଗରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲ ଯିବା ଏବଂ ପରେ ଜାଣିବାକୁ ପାଇଲି ଯେ ଏହା ଲିଭରରେ ଏକ ଟେନିସ ବଲ ଆକାରର ଟ୍ୟୁମର ଏବଂ ତାପରେ ଜାଣିବାକୁ ପାଇଲି ଯେ ଟ୍ୟୁମର ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ (କ୍ୟାନସର)।
'ଜୀବନରେ ଏ ସମୟ ମୋ ପାଇଁ ସବୁଠାରୁ କଷ୍ଟକର ସମୟ। ତଥାପି ମୁଁ ସମ୍ପୂର୍ଣ୍ଣ ଭାବେ ସକାରାତ୍ମକ ଅଛି। ମୁଁ ଜାଣିଛି ପରିବାରଲୋକଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭଲପାଇବା ମୋ ସହିତ ଅଛି। ତେଣୁ ମୁଁ ଖୁବଶୀଘ୍ର ସୁସ୍ଥ ହୋଇଯିବି ସେ ଆଶ ମୋର ଅଛି।’
ଏଥିସହିତ ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଦୀପିକା କକ୍କର ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ପୂର୍ବରୁ ଏକ ବ୍ଲଗ ପୋଷ୍ଟ କରିଥିଲେ। ଏଥିରେ ଦୀପିକାଙ୍କ ଯକୃତରେ ଏକ ଟ୍ୟୁମର ଥିବାର ସୂଚନା ଦେଇଥିଲେ।
Powered by Froala Editor