ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଛି ଏଏସଆଇଙ୍କ ମୃତଦେହ, ନିକଟରେ ରହିଛି ଦରପୋଡ଼ା ବାଇକ

ଭବାନୀପାଟଣା: ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ୱର ଜାତୀୟ ରାଜପଥର ବନମାଳୀପୁର ନିକଟରୁ ଜବତ ହୋଇଛି ଜଣେ ପୁଲିସ ଏଏସଆଇଙ୍କ ମୃତଦେହ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଏସଆଇ ପବିତ୍ର ଗୋଲାପିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ।
ଗାଡ଼ିଟି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଥିବା ଅବସ୍ଥାରେ ପୋଡ଼ିଥିବା ଏବଂ କିଛି ଦୂରରେ ପବିତ୍ରଙ୍କ ଦରପୋଡ଼ା ମୃତଦେହ ପଡ଼ିଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପବିତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପବିତ୍ରଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା କୁହାଯାଉଛି। ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିଲେ ବାଇକ୍ କିପରି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନାଗଡ଼ ପୁଲିସ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହା ହତ୍ୟା କି ଅନ୍ୟ କିଛି ତାହା ଜଣାପଡ଼ିାହିଁ। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।
Powered by Froala Editor