ଗୁଲାମ ନବୀ ଆଜାଦ ଅସୁସ୍ଥ

କୁଏତ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ସର୍ବଦଳୀୟ ଟିମ୍ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ତାଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ପୂର୍ବରୁ ଅସୁସ୍ଥ ଥିବା ସତ୍ତ୍ବେ ସେ ପ୍ରତିନିଧିମଣ୍ଡଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ସମୟରେ ଏପରି ରାଜନେତା ଖୋଜିବା କଷ୍ଟକର। ସେ କହିଥିଲେ ଯେ ଯେତେବେଳେ ଆମେ ହସ୍ପିଟାଲରେ ଗୁଲାମନବୀ ଆଜାଦଙ୍କୁ ଭେଟିବାକୁ ଗଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।
ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ଯେଉଁ ପ୍ରତିନିଧିମଣ୍ଡଳର ଅଂଶ, ତାହାର ନେତୃତ୍ୱ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନେଉଛନ୍ତି। ‘ଏକ୍ସ’ରେ ବୈଜୟନ୍ତ ଲେଖିଛନ୍ତି, "ଆମର ପ୍ରତିନିଧିମଣ୍ଡଳର ଗସ୍ତ ମଧ୍ୟରେ ଗୁଲାମ ନବୀ ଆଜାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ତାଙ୍କ ଅବସ୍ଥା ସ୍ଥିର ଅଛି।
Powered by Froala Editor