ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର
ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ୨୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସବୁ ନକ୍ସଲପନ୍ଥୀଙ୍କ ଶବ ସୁରକ୍ଷା କର୍ମୀ ଜବତ କରିଛନ୍ତି। ମୃତକଙ୍କ ମଧ୍ୟରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ବସବ ରାଜୁ ମଧ୍ୟ ରହିଛି। ତାଙ୍କୁ ଧରାଇ ଦେବାକୁ ଦେଢ଼ କୋଟି ପୁରସ୍କାର ଥିଲା। ବର୍ତ୍ତମାନ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନମୟ ଜାରି ରହିଛି।
ବିଶେଷ ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଅଚାନକ ଚଢ଼ାଉ ସହ ଅନେକ ମାଓ ଶିବର ଧ୍ଵଂଶ କରିଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ସମୟରେ ଅତି କମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଜଣ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ଏହି ଏନକାଉଣ୍ଟର ପ୍ରାୟ ୫୦ ଘଣ୍ଟା ଧରି ଚାଲିଥିଲା ଏବଂ ବର୍ତ୍ତମାନ ସୁଦ୍ଧା କମ୍ବିଂ ଅପରେସନ ଜାରି ରହିଛି।ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ସୂଚନା ଅନୁସାରେ ବସବ ରାଜୁ ନକ୍ସଲ ସଙ୍ଗଠନର ଜେନେରାଲ ସେକ୍ରେଟାରୀ ଥିଲା ଓ ସେ ଅନେକ ନକ୍ସଲ କାଣ୍ଡକୁ ସଫଳ ମଧ୍ୟ କରିଥିଲା। ୨୦୧୦ ଦାନ୍ତେବାଡା ନକ୍ସଲ ଆକ୍ରମଣରେ ୭୫ଜଣ ସିଆରପିଏଫ ଜବାନ ଶହିଦ ହୋଇଥିଲେ। ଏଥିରେ ମଧ୍ୟ ବସବ ରାଜୁର ହାତ ଥିଲା।
ସୂଚନା ଅନୁସାରେ ବସବ ରାଜୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୂଲମର ବାସିନ୍ଦା। ସେ ବି.ଟେକ୍ ପର୍ଯ୍ୟନ୍ତ ପାଠ ପଢିଥିଲା ଓ ୧୯୭୦ ମସିହାରେ ଘର ଛାଡି ନକ୍ସଲ ସଙ୍ଗଠନରେ ସାମିଲ ହୋଇଯାଇଥିଲା। ସେ ସମୟରେ ଅର୍ଥାତ ୧୯୮୭ ମସିହାରେ ବସ୍ତର ଜଙ୍ଗଲରେ ଏଲଟିଟିଇ କ୍ୟାମ୍ପରୁ ବୋମା ପ୍ରସ୍ତୁତି ଓ ଅମ୍ବୁସ୍ ଟ୍ରେନିଂ ମଧ୍ୟ ନେଇଥିଲା। ରାଜୁକୁ ନକ୍ସଲ ସଙ୍ଗଠନରେ ବୋମା ଏକ୍ସପର୍ଟ ବୋଲି କୁହାଯାଉଥିଲା। ୨୦୧୮ ମସିହାରେ ସେ ନକ୍ସଲ ସଙ୍ଗଠନର ଦାୟିତ୍ୱ ସମ୍ଭାଳିଥିଲା।
ବସବ ରାଜୁର ପ୍ରକୃତ ନାମ ନମ୍ବାଲା କେଶବ ରାଓ ଏବଂ ତାକୁ ସଙ୍ଗଠନରେ ଗଗନ୍ନା, ପ୍ରକାଶ ଓ ବି.ଆର ନାମରେ ଡକାଯାଉଥିଲା। ତା ବୟସ ପାଖାପାଖି ୭୫ ବର୍ଷ ବୋଲି କୁହାଯାଉଛି। ବସବ ରାଜୁ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଥିଲା।
ବସବରାଜୁ ଉପରେ ୫ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ସରକାରମାନେ ପୁରସ୍କାର ରଖିଥିଲେ। ତାକୁ ଜୀବତ ଅଥବା ମୃତ ଧରାଇଦେଲେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା।
Powered by Froala Editor