ବିଜୁଳି ଖସିଲା, ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ
ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ 6E2142 କୁ ଖରାପ ପାଣିପାଗର ସାମ୍ନା କରିବାକୁ ପଡିଛି । ଉଡାଣ ସମୟରେ ଦିଲ୍ଲୀରୁ ଶ୍ରୀନଗର ମଧ୍ୟରେ ବର୍ଷା ଓ କୁଆପଥର ଯୋଗୁଁ ବିମାନକୁ ଜରୁରି ଅବତରଣ କରିବାକୁ ପଡିଛି । ବିମାନ ଉପରେ ବିଜୁଳି ଖସିବା ନେଇ ମଧ୍ୟ ସୂଚନା ମିଳିଛି ।
ବିମାନ ଟର୍ବୁଲାନ୍ସରେ ଫଶିବା ସହ ବିଜୁଳିର ସମ୍ମୁଖୀନ ହୋଇଥିଲା। ଏଣୁ ବିମାନକୁ ଜରୁରୀ ଅବତରଣ କରାଯାଇଥିବାବେଳେ ବିମାନ ଓ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ବିମାନ ଶ୍ରୀନଗର ଆକାଶରେ ଥିବା ବେଳେ ଭୀଷଣ ବର୍ଷା ସହ ପବନ ଓ କୂଆପଥର ବର୍ଷା ହୋଇଥିଲା।
ବିମାନରେ ମୋଟ ୨୨୭ ଯାତ୍ରୀ ଓ କ୍ରୁ ମେମ୍ବର ଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବତରଣ କରିଛନ୍ତି। ହେଲେ ବିମାନର ସମ୍ମୁଖ ଭାଗ କୁଆପଥର ବର୍ଷାରେ ପ୍ରଭାବିତ ହୋଇଛି। ଫଳରେ ବିମାନରେ ବସିଥିବା ଯାତ୍ରୀ କିଛି ସମୟ ପର୍ଯ୍ୟନ୍ତ ଆତଙ୍କିତ ହୋଇପଡିଥିଲେ ଓ ଚାଳକ ଦଳ ସଦସ୍ୟ ଜାହଜ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଖରାପ ପାଣିପାଗ ସତ୍ତ୍ବେ ବିମାନକୁ ସୁରକ୍ଷିତ ରୂପେ ସାଢେ ୬ଟା ସମୟରେ ଶ୍ରୀନଗର ବିମାନବନ୍ଦରରେ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ।
Powered by Froala Editor