୧୦ ବର୍ଷ ପରେ ଗୁଗଲ୍ ବଦଳାଇଲା ‘G’ ଲୋଗୋ
ଦୀର୍ଘ ୧୦ ବର୍ଷ ପରେ ଗୁଗଲ୍ ଏହାର ‘G’ ଲୋଗୋରେ ପରିବର୍ତ୍ତନ କରିଛି। ଏପର୍ଯ୍ୟନ୍ତ ଲୋଗୋରେ ସଲିଡ୍ ଲାଲ, ହଳଦିଆ, ସବୁଜ ଏବଂ ନୀଳ ରଙ୍ଗ ଥିଲା, ଯାହାକୁ ବର୍ତ୍ତମାନ ଏକ ଫ୍ଲୁଇଡ୍ ଗ୍ରେଡିଏଣ୍ଟ ଶେଡ୍ସରେ ପରିବର୍ତ୍ତନ କରାଯାଇଛି। ୨୦୧୫ ପରେ ଏହା ପ୍ରଥମ ବଡ଼ ଭିଜୁଆଲ ପରିବର୍ତ୍ତନ। ଏଥିରେ ସେହି ସମାନ ଚାରୋଟି ରଙ୍ଗ ଅଛି କିନ୍ତୁ ଏବେ ଏହା ପରସ୍ପର ସହିତ ସହଜରେ ମିଶିଯାଇଛି। ଏହି ପରିବର୍ତ୍ତନ ହୁଏତ ସାମାନ୍ୟ ଲାଗିପାରେ, କିନ୍ତୁ ଏହା ଗୁଗଲର ଏଆଇ-କେନ୍ଦ୍ରିତ ଭବିଷ୍ୟତ ଦିଗକୁ ଦର୍ଶାଉଛି।
ପୂର୍ବର ଫ୍ଲାଟ୍ ଏବଂ ବ୍ଲକୀ ରଙ୍ଗ ବଦଳରେ ଏବେ ‘ଜି’ ଲୋଗୋରେ ଗ୍ରେଡିଏଣ୍ଟ ଇଫେକ୍ଟ ଦିଆଯାଇଛି। ଏହି ଲୋଗୋ ସ୍କ୍ରିନ୍ ଟେକ୍ନୋଲୋଜିର ଅନୁରୂପ ଏବଂ ଛୋଟ ଆକାରରେ ମଧ୍ୟ ଭଲ ଦେଖାଯାଉଛି। ନୂତନ ଲୋଗୋ ଗୁଗଲ୍ ଜେମିନି(ଏଆଇ ଆସିଷ୍ଟାଣ୍ଟ)ର ଲୋଗୋ ସହିତ ମେଳ ଖାଉଛି, ଯେଉଁଥିରେ ପୂର୍ବରୁ ହିଁ ବ୍ଲୁ-ଟୁ-ପର୍ପଲ ଗ୍ରେଡିଏଣ୍ଟ ଅଛି।
Powered by Froala Editor