ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

ଆମର ଟାର୍ଗେଟ୍ ଆତଙ୍କବାଦ ଏବଂ ଆତଙ୍କବାଦୀ । ଆମର ଟାର୍ଗେଟ୍ ନା ପାକିସ୍ତାନ ସେନା ନା ପାକିସ୍ତାନ ନାଗରିକ। ଆମର ମିଶନ ସ୍ପଷ୍ଟ ଏବଂ ଆମର ଟାର୍ଗେଟ୍ ସ୍ପଷ୍ଟ ବୋଲି କହିଛନ୍ତି ଏୟାର ମର୍ଶାଲ ଏ.କେ ଭାରତୀ ।
ଏକେ ଭାରତୀ ସୂଚନା ଦେଇ କହିଛନ୍ତି କି କୌଣସି ବି ପରିସ୍ଥିତି ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଯଦି ଆଗକୁ ଲଢେଇ ହେବ ତେବେ ଫଳାଫଲ ସମ୍ପୂର୍ଣ୍ଣ ଅଲଗା ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର କୌଶଳ ଆପଣାଉଛୁ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଆମ ଲଢେଇ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନୀ ସେନା ସହିତ ନୁହେଁ ବୋଲି ଭାରତୀ କହିଥିଲେ ।
ଗତ କିଛି ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରାୟତଃ ଶାନ୍ତ ପଡ଼ିଯାଇଛି। ଗତକାଲି ରାତିରେ ସୀମାରେ କୌଣସି ଗୁଳିଚାଳନା ହୋଇନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମଥର ପାଇଁ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା ଯାହାକି ଟଳି ଯାଇଛି।
ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ ଆକ୍ସନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ବୋଲି କହିଛନ୍ତି ଏୟାର ମର୍ଶାଲ ।
Powered by Froala Editor