'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର
'ଅପରେସନ ସିନ୍ଦୂର' ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣିଥରେ ଖୋଲାଯାଇଛି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଥିବା ୩୨ଟି ବିମାନବନ୍ଦର ଖୋଲିବା ପାଇଁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ(AAI) ବିମାନ କମ୍ପାନିକୁ ନୋଟିସ୍ ଜାରି କରିଛି। AAI କହିଛି, ‘୩୨ଟି ବିମାନବନ୍ଦର ଏବେ ତୁରନ୍ତ ପ୍ରଭାବରୁ ବେସାମରିକ ବିମାନ ପରିଚାଳନା ପାଇଁ ଉପଲବ୍ଧ। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହିତ ସିଧାସଳଖ ବିମାନ ସ୍ଥିତି ଯାଞ୍ଚ କରିବାକୁ ଏବଂ ନିୟମିତ ଅପଡେଟ ପାଇଁ ଏୟାରଲାଇନ୍ସ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।’
ମେ’ ୧୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଏବଂ ରବିବାର ନିୟନ୍ତ୍ରଣ ରେଖାକୁ ଶାନ୍ତି ଫେରିବା ପରେ, ଏଏ୍ଆଇ ୩୨ଟି ବିମାନବନ୍ଦର ପୁନଃ ଖୋଲିବା ନେଇ ଏକ ନୋଟିସ୍ ଜାରି କରିଛି।
ଏହି ବିମାନବନ୍ଦରଗୁଡ଼ିକରେ ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ଭଟିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କିଶନଗଡ଼, କୁଲ୍ଲୁ ମନାଲୀ, ଲେହ, ଲୁଧିଆନା, ମୁନ୍ଦ୍ରା, ନଲିୟା,ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାସର), ସରସାସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍ ଏବଂ ଉତ୍ତରଲାଇ ଅନ୍ତର୍ଭୁକ୍ତ । ର୍ଅପରେସନ ସିନ୍ଦର୍ର୍ ପାଇଁ ୩୨ଟି ବିମାନବନ୍ଦର ବନ୍ଦ ହେବା ପରେ ୨୦୦ରୁ ଅଧିକ ବିମାନ ବାତିଲ ଏବଂ ପ୍ରଭାବିତ ହୋଇଥିଲା।
Powered by Froala Editor