ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ କରିଛି ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଉଛି । ଜମ୍ମୁ, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି । ପଞ୍ଜାବର ଫିରୋଜପୁର, ପଠାନକୋଟ ରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି।
ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମର ସୂଚନା ପ୍ରକାଶ ପାଇଛି। ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସ ପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।
ଯେତେବେଳେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧବିରତି ହୁଏ, ସେତେବେଳେ ଅନେକ ନିୟମ ମଧ୍ୟ ଲାଗୁ ହୁଏ। ଉଭୟ ଦେଶ ନିଜ ନିଜ ମଧ୍ୟରେ ନିୟମ ଏବଂ ସର୍ତ୍ତାବଳୀ ସ୍ଥିର କରନ୍ତି ଏବଂ ସେଗୁଡ଼ିକୁ ପାଳନ କରିବାକୁ ରାଜି ହୁଅନ୍ତି। ଉଦାହରଣ ସ୍ୱରୂପ, ସୀମାରେ ଗୁଳିବିନିମୟ ହ୍ରାସ କରିବା ଏବଂ ଚିହ୍ନିତ ଅଞ୍ଚଳରେ ପାଟ୍ରୋଲିଂ କରିବା ସମ୍ପର୍କରେ ମଧ୍ୟ ନିୟମ ତିଆରି ହୋଇଛି। ଏଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ କେଉଁ ନିୟମ ସ୍ଥିର ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଥାପି, ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ମେ ୧୨ ତାରିଖରେ ଆଲୋଚନା ହେବ ଓ ଯୁଦ୍ଧ ବିରତିରେ ସ୍ବାକ୍ଷର ହେବ । ଏହା ପରେ ସ୍ଥିତି ସ୍ପଷ୍ଟ ହୋଇପାରେ।
Powered by Froala Editor