ଭାରତ ସହମତ, ଯୁଦ୍ଧବିରତି ଘୋଷଣା

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।
ସେ କହିଛନ୍ତି- ପାକିସ୍ତାନର ଡିଜିଏମଓ ଶନିବାର ଅପରାହ୍ନ ୩:୩୫ ରେ ଭାରତୀୟ ଡିଜିଏମଓଙ୍କୁ ଫୋନ କରିଥିଲେ। ଶନିବାର ସଂଧ୍ୟା ୫ଟାରୁ ଉଭୟ ପକ୍ଷ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ପ୍ରକାରର ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସହମତ ହୋଇଛନ୍ତିା।
ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ସହମତି ହୋଇଛୁ। ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ହୋଇଛି। ଆସନ୍ତା ୧୨ ତାରିଖ ୧୨ଟାରେ DGMO ସ୍ତରୀୟ ପୁଣି ଆଲୋଚନା ହେବ।
Powered by Froala Editor