ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍ ପକ୍ଷରୁ ପରାମର୍ଶ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ଆତଙ୍କିତ ନହେବାକୁ ସବୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଆଇଓସିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ରହିଛି । ଯୋଗାଣ ଲାଇନ ଗୁଡିକ ସୁଗମ ଭାବରେ କାର୍ଯ୍ୟ କରୁଛି । ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ରହିଛି ବୋଲି କୁହାଯାଇଛି ।
Powered by Froala Editor