କେଦାରନାଥ ମନ୍ଦିରରେ ସ୍ପିକର ଲଗାଇ ନାଚିଲେ ଯୁବକ

ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଚାରିଧାମ ଯାତ୍ରା ଅନେକଙ୍କ ପାଇଁ ପରମ୍ପରା ଓ ନୀତିକାନ୍ତିର କଥା । କିନ୍ତୁ ରୁଦ୍ରପ୍ରୟାଗ ଜିଲାରେ ଅବସ୍ଥିତ କେଦାରନାଥ ଧାମରେ ଭକ୍ତିକୁ ଆଡେଇ ଜଣେ ଯୁବକ ଡିଜେ ସାଉଣ୍ଡରେ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିଡିଓରେ, କେଦାରନାଥ ମନ୍ଦିର ପରିସର ପଛରେ ଏକ ବଡ଼ ସ୍ପିକରରେ ବାଜୁଥିବା ପଞ୍ଜାବୀ ଗୀତର ତାଳେତାଳେ କିଛି ଯୁବକ ନାଚୁଥିବାର ଦେଖିବାକୁ ମିଳୁଛି। ପାର୍ଟି ଲାଇଟ ମଧ୍ୟ ଦେଖାଯାଉଛି। ସ୍ପିକରରେ ପଞ୍ଜାବୀ ଗୀତ ବାଜୁଛି ଏବଂ ଯୁବକମାନେ ନାଚୁଛନ୍ତି। ଏହି ଭିଡିଓଟି ସୋମବାର ସାମ୍ନାକୁ ଆସିଥିଲା। ଏହା ପରେ, ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧ ପ୍ରକାଶ ପାଉଛି। ମନ୍ଦିର ଭଳି ପବିତ୍ର ସ୍ଥାନରେ ଏପରି ଆଚରଣକୁ ଲୋକମାନେ ନିନ୍ଦା କରୁଛନ୍ତି। ଲୋକମାନେ ଏପରି କରିଥିବା ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ସେମାନେ ଏହା ମଧ୍ୟ କହୁଛନ୍ତି ଯେ ମନ୍ଦିର ପ୍ରଶାସନ ଏପରି ଘଟଣା ପ୍ରତି ଧ୍ୟାନ ଦେବା ଉଚିତ।
କେହି ଜଣେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କେଦାରନାଥ ଧାମରେ କି ଦୁର୍ଦ୍ଦଶା ସୃଷ୍ଟି ହୋଇଛି। ଆଉ କେହି ଜଣେ ଲେଖିଛନ୍ତି ଯେ ଏହି ଯୁବକମାନେ ବାହାରୁ ଆସିଛନ୍ତି। ସେ ଏହି ସ୍ଥାନର ପବିତ୍ରତାକୁ ଉଲ୍ଲଂଘନ କରିଛନ୍ତି।
Powered by Froala Editor