୭୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୩ ଯବାନ ଶହୀଦ

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବେଟରୀ ଚଷମା ନିକଟରେ ପ୍ରାୟ ୭୦୦ ଫୁଟ ଗଭୀର ଖାତକୁ ଖସିପଡ଼ିଛି ସେନା ଗାଡ଼ି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ହୋଇଥିବା ଯବାନମାନଙ୍କ ନାଁ ଅମିତ କୁମାର, ସୁଜିତ କୁମାର ଓ ମନ ବାହାଦୁର ବୋଲି ଜଣାପଡ଼ିଛି।
ଅଧିକାରୀମାନେ କହିଛନ୍ତି ଯେ, ସକାଳ ୧୧ଟା ୩୦ ସମୟରେ ଜାତୀୟ ରାଜପଥ-୪୪ର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି। ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଏଥିରୁ ଗୋଟିଏ ଗାଡି ଖାଇକୁ ଖସି ପଡିଛି। ଦୁର୍ଘଟଣା ସମୟରେ ସେନାରେ କେତେଜଣ ଥିଲେ ତାର ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ଦୁର୍ଘଟଣା ସ୍ଥଳରୁ ୩ ଜଣ ଯବାନଙ୍କ ଶବ ଉଦ୍ଧାର ହୋଇଛି।
ଦୁର୍ଘଟଣାର ତୁରନ୍ତ ପରେ ଏସଡିଆରଏଫ, ପୁଲିସ, ସେନା ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ଏବଂ ଏଥିରେ ଯାତ୍ରା କରୁଥିବା ତିନି ଜଣ ଯବାନ ଶହୀଦ ହୋଇଛନ୍ତି।
Powered by Froala Editor