ଇସ୍ରାଏଲ ଯାଉଥିଲା, ଆବୁଧାବିରେ ଅବତରଣ କଲା ବିମାନ: ଜାଣନ୍ତୁ କାରଣ...

ନୂଆଦିଲ୍ଲୀରୁ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଛି । ଇସ୍ରାଏଲର ତେଲ ଅଭିଭ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ, ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଥିଲା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ପ୍ରକୃତରେ, ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ, ତେଲ ଅଭିଭ ବିମାନବନ୍ଦର ନିକଟରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। କୁହାଯାଉଛି ଯେ ଏହି ଆକ୍ରମଣ ୟେମେନରୁ କରାଯାଇଥିଲା। ଏୟାର ଇଣ୍ଡିଆର ବିମାନ ଏଆଇ୧୩୯ ତେଲ ଅଭିଭରେ ଅବତରଣ କରିବା ପାଇଁ ଆଉ ଗୋଟିଏ ଘଣ୍ଟାରୁ କମ୍ ସମୟ ବାକି ଥିଲା। ତେବେ ୟେମେନ ପକ୍ଷରୁ ଏକ କ୍ଷେପଣାସ୍ତ୍ର ବିମାନବନ୍ଦର ନିକଟରେ ମାଡ କରାଯାଇଥିଲା । ତେବେ ଏହି ସମୟରେ ଏୟାର ଇଣ୍ଡିଆ ବିମାନ ଜୋର୍ଡାନ ଆକାଶ ସୀମାରେ ଥିଲା। ଏହା ପରେ ଏହାକୁ ଡାଇଭର୍ଟ କରାଯାଇଥିଲା|
ଅନ୍ୟପଟେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ରବିବାର ତେଲ ଅଭିଭରୁ ଦିଲ୍ଲୀ ଆସିବାକୁ ଥିବା ଏୟାର ଇଣ୍ଡିଆର ବିମାନକୁ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, 'ଆଜି ସକାଳେ ବେନ୍ ଗୁରିଅନ୍ ବିମାନବନ୍ଦରରେ ଏହି ଘଟଣା ପରେ ୪ ମଇ ୨୦୨୫ରେ ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଥିଲା।' ବିମାନଟି ଆବୁଧାବିରେ ସ୍ୱାଭାବିକ ଭାବରେ ଅବତରଣ କରିଛି ଏବଂ ଶୀଘ୍ର ଦିଲ୍ଲୀ ଫେରିବ।
Powered by Froala Editor