୫୦ ଲକ୍ଷରୁ ଅଧିକ ଚାଷୀ ଖାତାକୁ ଗଲା ସିଏମ୍ କିଷାନ୍ ଟଙ୍କା
ଭୁବନେଶ୍ବର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା ରାଜ୍ୟର ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ୪ ହଜାର ଟଙ୍କା ମିଳୁଛି। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି। ଗତବର୍ଷ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ।
Powered by Froala Editor