ଜୁନ୍ ୫ ସୁଦ୍ଧା ସଂପୂର୍ଣ୍ଣ ହେବ ରାମ ମନ୍ଦିର ନିର୍ମାଣ

ଅଯୋଧ୍ୟାର ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଜୁନ ୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ଓ ଏହାର ୧-୨ ଦିନ ସୁଦ୍ଧା ଲୋକମାନେ ନବନିର୍ମିତ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଶ୍ରୀରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ।
ଗଣମାଧ୍ୟମକୁ ସେ କହିଛନ୍ତି ଯେ ମନ୍ଦିରର ଶିଖର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି ଓ ଆସନ୍ତା ମେ ମାସର ୨୧ରେ ମନ୍ଦିରରେ ଭାଗବାନ ରାମ, ସୀତା, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଓ ହନୁମାନଜୀଙ୍କ ବିଗ୍ରହର ପ୍ରତିଷ୍ଠା ହେବ । ଜୁନ ୫ ସୁଦ୍ଧା ମନ୍ଦିର ନିର୍ମାଣ କାମ ସଂପୂର୍ଣ୍ଣ ହେବ । ସଂପୂର୍ଣ୍ଣ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଜୁନ ୫ର ଦିନେ ଦୁଇଦିନ ମଧ୍ୟରେ ଖୋଲିଦିଆଯିବ ।
ରାମ ମନ୍ଦିରରେ ସୁଗ୍ରୀବ ଦୁର୍ଗରୁ ପରକୋଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ସୁବିଧା ପାଇଁ ଏକ ଚାନ୍ଦୁଆ ନିର୍ମାଣ କରାଯିବ । ଯଦିଓ ଏହି ସୁବିଧା ପୂର୍ବରୁ ଅସ୍ଥାୟୀ ଭାବରେ ଚାଲୁଛି, ଯିବା ଆସିବା ପାଇଁ ଏହି ରାସ୍ତା ମୋଟ ଏକ କିଲୋମିଟର । ସେଠାରେ ସ୍ଥାୟୀ ଭାବରେ ଏକ ଚାନ୍ଦୁଆ ନିର୍ମାଣ କରାଯିବା ନେଇ ଯୋଜନା ରହିଛି । ଏଥିରେ ବିଦ୍ୟୁତ୍ ଠାରୁ ଆରମ୍ଭ କରି ପାଣି ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛି ରହିବ ।
ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ମନ୍ଦିର ନିର୍ମାଣରେ କେବେବି ଅର୍ଥାଭାବ ହୋଇନଥିଲା । ସେହିପରି ମନ୍ଦିର ନିର୍ମାଣବେଳେ ବିଭିନ୍ନ ସମସ୍ୟା ଦେଖଦେଇଥିଲେ ବି ଦିବ୍ୟକୃପା ଯୋଗୁଁ ସମସ୍ତ ସମସ୍ୟା ଦୂରହୋଇଥିଲା ।
ତେବେ କହିରଖୁଛୁ କି, ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ କିଛି ଦିନ ପୂର୍ବରୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଥିଲା ।
Powered by Froala Editor