ଅକ୍ଷୟ ତୃତୀୟା ଠାରୁ ଚାର ଧାମ ଯାତ୍ରା ଆରମ୍ଭ : ନକଲି ପୋର୍ଟାଲ ଓ ବିଜ୍ଞାପନଠୁ ଦୂରେଇ ରହିବାକୁ ପରାମର୍ଶ

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଉତ୍ତରାଖଣ୍ଡର ଚାର ଧାମ ଯାତ୍ରା ଆରମ୍ଭ ହେବ। ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିରର କବାଟ ଖୋଲିବା ସହ ଯାତ୍ରା ଆରମ୍ଭ ହେବ। ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ମନ୍ଦିରର ଦ୍ୱାର ମେ’ ୨ରେ ଖୋଲିବ ଏବଂ ଚମୋଲି ଜିଲ୍ଲାର ବଦ୍ରିନାଥ ଧାମର କବାଟ ମେ’ ୪ରେ ଖୋଲିବ।
ତେବେ ଏହାରି ଭିତରେ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ସାଇବର ଅପରାଧୀ । ଲୋକଙ୍କୁ ବୋକା ବନାଇ ଟଙ୍କା ଲୁଟୁଥିବା ସାଇବର ଅପରାଧୀମାନେ ଏବେ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି । ସାଇବର ଦୋସ୍ତ ନାଁରେ ଏକ ଏକ୍ସ ଆକାଉଣ୍ଟ୍ ଏଭଳି ସ୍କାମଠାରୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି । କେଦାରନାଥ ଏବଂ ସୋମନାଥ ଯାତ୍ରାରେ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ନକଲି ପୋର୍ଟାଲ୍ ଏବଂ ବିଜ୍ଞାପନଠାରୁ ଦୂରେଇ ରହିବାକୁ ଏହା କହିଛି ।
ମେ’ ୨ ରୁ ଖୋଲିବ ବାବା କେଦାରନାଥଙ୍କ ଧାମ। ମେ’ ୪ ରୁ ହିଁ କେଦାରନାଥ ଏବଂ ବଦ୍ରିନାଥ ଧାମ ଯାତ୍ରା ପାଇଁ ବିମାନ ସେବା ଆରମ୍ଭ ହୋଇଯିବ। ଚଳିତ ବର୍ଷ ଏହି ତୀର୍ଥଯାତ୍ରା ଅଧିକ ଦିବ୍ୟ ଓ ଭବ୍ୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି।
Powered by Froala Editor