ଭ୍ୟାନ୍-ବାଇକ ମୁହାଁମୁହିଁ ଧକ୍କା ପରେ କୂଅକୁ ଖସିଲା ଭ୍ୟାନ୍, ୧୨ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମନ୍ଦସୌର ଜିଲାରେ ଦ୍ରୁତ ଗତିରେ ଥିବା ଏକ ଭ୍ୟାନ୍ ଓ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହେବା ପରେ କୂଅକୁ ଖସି ୧୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାଇକ୍ ଆରୋହୀ ମଧ୍ୟ ସାମିଲ ରହିଛନ୍ତି । ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ରବିବାର ନାରାୟଣଗଡ ଥାନା ନିକଟରେ ଘଟିଛି ।
ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିଜନ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଭ୍ୟାନ୍ ସହ ଧକ୍କା ହେବା ପରେ ପ୍ରଥମେ ବାଇକ୍ ଓ ପରେ ଭ୍ୟାନ୍ କୂଅକୁ ଖସି ପଡିଥିଲା । ଭ୍ୟାନ୍ରେ ପ୍ରାୟ ୧୩ ଜଣ ଥିଲେ । ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁଲିସ ଘଟଣାର ତଦନ୍ତ ଜାରି କରିଛି ।
Powered by Froala Editor