LTVରେ ଥିବା ହିନ୍ଦୁ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ ହେବନି

ପାକିସ୍ତାନରୁ ଆସି ଭାରତରେ ଥିବା ହିନ୍ଦୁଙ୍କୁ ଆଶ୍ୱସ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ ପାକିସ୍ତାନୀ ନାଗରିକଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୀର୍ଘକାଳୀନ ଭିଜା (LTV) ବୈଧ ରହିବ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତ ସରକାର। ସେଥିପାଇଁ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ଭାରତରୁ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଏହାରି ଭିତରେ ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ କରିଛନ୍ତି ଭାରତ ସରକାର।
ମଙ୍ଗଳବାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ତୁରନ୍ତ ପ୍ରଭାବରେ ପାକିସ୍ତାନୀ ନାଗରିକମାନଙ୍କୁ ସମସ୍ତ ଭିଜା ସେବା ସ୍ଥଗିତ କରିବା ପାଇଁ ଭାରତ ନିଷ୍ପତ୍ତି ନେଇଛି, ଯେଉଁଥିରେ ୨୫ ଜଣ ଭାରତୀୟ ନାଗରିକ ଏବଂ ଜଣେ ନେପାଳୀ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ବୈସାରଣ ତୃଣଭୂମିରେ ହୋଇଥିବା ଏହି ଆକ୍ରମଣକୁ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଉପତ୍ୟକାର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରାଯାଉଛି।
Powered by Froala Editor