ଛାଡପତ୍ର ନେବେ ଦିବ୍ୟାଙ୍କା ତ୍ରିପାଠୀ-ବିବେକ !

ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତିଛି। ହେଲେ ଏବେ ସେମାନେ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି।
୨୦୧୩ରେ ଧାରାବାହିକ ‘ୟେ ହୈ ମୋହବତେ’ରେ ଏକାଠି କାମ କରିଥିଲେ ବିବେକ-ଦିବ୍ୟଙ୍କା। ଏହି ସେଟ୍ରେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ପରେ ସେମାନେ ୨୦୧୬ରେ ବିବାହ କରିଥିଲେ। ନିକଟରେ ଦିବ୍ୟାଙ୍କା ଏବଂ ବିବେକଙ୍କ ବିବାହ ବିଷୟରେ ଖବର ଆସିଥିଲା। କୁହାଯାଉଥିଲା କି ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି । ଏବେ ବିବେକ ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ମିଥ୍ୟା ଦାବିକୁ ବିଶ୍ୱାସ ନକରିବାକୁ ବିବେକ କହିଛନ୍ତି।
ବିବେକ କହିଲେ, ଏସବୁ ଶୁଣିଲା ପରେ 'ମୋତେ ବହୁତ ମଜା ଲାଗୁଛି।' ଦିବ୍ୟାଙ୍କା ଏବଂ ମୁଁ ଏହି ଖବରକୁ ଦେଖିଲା ପରେ ବହୁତ ହସିଲୁ । ଆମେ ଆଇସ୍କ୍ରିମ୍ ଖାଉଥିବା ସମୟରେ ନ୍ୟୁଜ୍ଟି ପଢିଥିଲୁ। ଆମେ ଭାବିଲୁ ଯଦି ଆଉ ଟିକିଏ ଅଧିକ ସମୟ ହୋଇଥାନ୍ତା, ତେବେ ଆମେ ମଧ୍ୟ ପପକର୍ନ ଅର୍ଡର କରିଥାନ୍ତୁ। ମୁଁ ଏହି ବିଜନେସ୍ ମଡେଲକୁ ବହୁତ ଭଲ ଭାବରେ ବୁଝିପାରୁଛି। ତୁମେମାନେ ଏହି ଚାଞ୍ଚଲ୍ୟକର ଥମ୍ବନେଲ୍ ପୋଷ୍ଟ କର ଯେମିତି ଲୋକମାନେ ଏହି ଫାଲତୁ ନ୍ୟୁଜ୍କୁ ଦେଖିବେ। କିନ୍ତୁ ଏଥିରେ କିଛି ହୁଏ ନାହିଁ। ଦୟା କରି ଅବାସ୍ତବ ଖବରକୁ ଅଧିକ ବଢାଅ ନାହିଁ।
Powered by Froala Editor