ନୃସଂଶ ପାଲଟିଲା ସ୍ୱାମୀ, ସ୍ତ୍ରୀ, ପୁଅ ଓ ଶାଳୀକୁ କଲା ଗୁଳି
ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ଅଘଟଣ। ନୃସଂଶ ପାଲଟିଲା ସ୍ୱାମୀ। ଅତି ନିର୍ଦୟ ଭାବେ ସ୍ତ୍ରୀ, ପୁଅ ଓ ଶାଳୀକୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଛି। ଗୁଳି କରିବା ପରେ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଛି। ସ୍ୱାମୀର ଏହି ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ, ପୁଅ ଓ ଶାଳୀ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସମସ୍ତ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Powered by Froala Editor