ଆପ୍ ବିଧାୟିକା ଆତିଶୀ-ପୁଲିସ ମଧ୍ୟରେ ମୁହାଁମୁହିଁ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ତଥା ଆପ୍ ବିଧାୟିକା ଆତିଶୀ ସିଂହ ଏବଂ ପୁଲିସ ମଧ୍ୟରେ ଗୁରୁବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆତିଶୀଙ୍କ ସମେତ ଅନ୍ୟ ଆପ୍ ବିଧାୟକମାନଙ୍କୁ ପୁଲିସ ବିଧାନସଭା ଭିତରକୁ ଛାଡ଼ିବାକୁ ଦେଇ ନ ଥିଲା। ଏହାକୁ ନେଇ ପୁଲିସ ସହିତ ଆତିଶୀଙ୍କର ଯୁକ୍ତିତର୍କ ହୋଇଥିଲା। ସେମାନଙ୍କୁ କାହିଁକି ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଆତିଶୀ ପୁଲିସକୁ ପ୍ରଶ୍ନ କରିଥିଲେ। ଜବାବରେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ, ବାଚସ୍ପତି ମନା କରିଛନ୍ତି ଆପ୍ ବିଧାୟକମାନଙ୍କୁ ଭିତରକୁ ଛାଡ଼ିବାକୁ। ଏହା ପରେ ଆତିଶୀ ଆଦେଶର ନକଲ ମାଗିଥିଲେ। କିନ୍ତୁ ପୁଲିସ ତାହା ଦେଖାଇପାରି ନ ଥିଲା। ଏ ନେଇ ଆତିଶୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ସରକାରକୁ ଆସିବା ମାତ୍ରେ ହିଁ ଏକଚ୍ଛତ୍ରବାଦୀ ଶାସନ ଆରମ୍ଭ କରି ସବୁ ସୀମା ଅତିକ୍ରମଣ କଲାଣି ବୋଲି ଆତିଶୀ ଲେଖିଛନ୍ତି। ବିଧାନସଭାରେ ଜୟ ଭୀମ ନାରା ଦେବାରୁ ସେମାନଙ୍କୁ ୩ ଦିନ ପାଇଁ ନିଲମ୍ବିତ କରାଗଲା। ଆଜି ସେମାନଙ୍କୁ ବିଧାନସଭାରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ହୋଇ ନ ଥିଲା ବୋଲି ଆତିଶୀ ଲେଖିଛନ୍ତି।
Powered by Froala Editor