ଷ୍ଟଣ୍ଟ କରି ଆହତ ହେଲେ ରନ୍ଧାୱା

ପ୍ରସିଦ୍ଧ ଗାୟକ ଗୁରୁ ରନ୍ଧାୱାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସୋସିଆଲ ମିଡିଆରେ ହସ୍ପିଟାଲ ବେଡ୍ ରୁ ତାଙ୍କର ଏକ ଫଟୋ ପୋଷ୍ଟ କରି ଏହି ଖବର ସେୟାର କରିଛନ୍ତି । ତାଙ୍କୁ ହସ୍ପିଟାଲର ବେଡ୍ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍ ବ୍ରେସ ମଧ୍ୟ ରହିଛି। ଫିଲ୍ମର ଶୁଟିଂ ସମୟରେ ରନ୍ଧାୱା ଆହତ ହୋଇଥିବା ଜଣାପଡ଼ିଛି।
ସେ ପ୍ରକାଶ କରିଛନ୍ତି ଯେ ‘ଶୌନକି ସର୍ଦ୍ଦାର’ ଫିଲ୍ମର ଏକ ଆକ୍ସନ ସିନ୍ ସୁଟିଂ ସମୟରେ ସେ ଆହତ ହୋଇଥିଲେ ଏବଂ ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା ।ଫଟୋ ଶେୟାର କରି ଗୁରୁ ରନ୍ଧାୱା ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଥର ପାଇଁ ଆହତ ହୋଇଛି, କିନ୍ତୁ ମୋର ଦମ୍ଭ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଆକ୍ସନ ବହୁତ କଷ୍ଟକର କାମ, କିନ୍ତୁ ମୁଁ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।
ଅପରପକ୍ଷେ ଗାୟକଙ୍କ ଏହି ଫଟୋ ପ୍ରଶଂସକଙ୍କୁ ଦୁଃଖିତ କରିଛି। ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କ ପୋଷ୍ଟରେ ଅନୁପମ ଖେର, ଜ୍ୟାକଲିନ, ସୌମ୍ୟା ଟଣ୍ଡନ ପ୍ରମୁଖ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି।
Powered by Froala Editor