ଦିଲ୍ଲୀରେ ଭୂକମ୍ପ, ଘଡ଼ଘଡ଼ି ପରି ଶୁଭିଲା ପ୍ରଚଣ୍ଡ ଶବ୍ଦ

ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ସମତେ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଭୂମିକମ୍ପ ସହରକୁ ଥରାଇ ଦେଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଧୌଲାକୁଆଁ ରହିଥିବା ଜଣାପଡିଛି। ଧୌଲାକୁଆଁ ନିକଟସ୍ଥ ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ଏହାର ଏପିସେଣ୍ଟର ରହିଥିଲା। ଟେକ୍ଟୋନିକ ପ୍ଲେଟର ଚଳନ କାରଣରୁ ଏହି ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ପ୍ରାୟ ୫.୩୫ରେ ଘଟିଥିବା ଏହି ଭୂମିକମ୍ପ ଯୋଗୁ ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦର ଅନେକ ଉଚ୍ଚ କୋଠାର ବାସିନ୍ଦା ବାହାରକୁ ବାହାରକୁ ବାହାରି ଆସିଥିଲେ। ଅନେକ ଲୋକ କିଛି ସମୟ ପାଇଁ ବାହାରେ ଅପେକ୍ଷା କରି ଭିତରକୁ ଫେରି ଯାଇଥିଲେ।
ଲୋକମାନେ ଭୂମିକମ୍ପ ବିଷୟରେ ନିଜର ପ୍ରତିକ୍ରିୟା ଏବେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଚାଲିଛନ୍ତି। ପୋଷ୍ଟ୍ରେ ଅନେକ ଲୋକ ଉଲ୍ଲେଖ କରିଛନ୍ତି କି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, କୋଠାଗୁଡ଼ିକ ଥରି ଉଠିଲା ଏବଂ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ଗଛ ଉପରେ ବସିଥିବା ପକ୍ଷୀମାନେ ମଧ୍ୟ ଜୋରରେ ଶବ୍ଦ କରି ଏଠାକୁ ସେଠାକୁ ଉଡ଼ିବାକୁ ଲାଗିଲେ। ଏହାର କେନ୍ଦ୍ରସ୍ଥଳ ନୂଆଦିଲ୍ଲୀରେ ଭୂମିଠାରୁ ପାଞ୍ଚ କିଲୋମିଟର ତଳେ ଥିଲା। ଏହି ଭୂକମ୍ପର ସର୍ବାଧିକ ପ୍ରଭାବ ଦିଲ୍ଲୀ-ଏନସିଆରରେ ଅଧିକ ଅନୁଭୂତ ହୋଇଥିଲା।
Powered by Froala Editor