ଆଜି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ୯ ମାସ ସରକାରଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅର୍ଥ ବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ ଏବଂ ଏଥିରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ବିଜେପି ସରକାରଙ୍କ ସଂକଳ୍ପ ପ୍ରତିଫଳିତ ହେବ ବୋଲି କୁହାଯାଉଛି।ପ୍ରଥମ ଥର ପାଇଁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପରେ ୧୯୩୬ରେ ବଜେଟ ଆଗତ ହୋଇଥିଲା । ଅଟକଳ ଥିଲା ୧.୭୭ କୋଟି ଟଙ୍କା । କୋଟିଏ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବଜେଟ ଏବେ ୨ ଲକ୍ଷ କୋଟି ଟପିଛି ।ଏହାପୂର୍ବରୁ ନୂଆ ସରକାର ଅନ୍ତରୀଣ ବଜେଟ ଆଣିଥିଲେ । ତେବେ ବଜେଟରେ ଓଡ଼ିଶାର ଅଭିବୃଦ୍ଧି ନେଇ କଣ ଆଭିମୁଖ୍ୟ ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ନୂଆ ସରକାରଙ୍କ ଦ୍ୱିତୀୟ ବଜେଟରେ ବିକାଶର ନୂଆ ଦିଗ ଦେଖାଇବେ ମୁଖ୍ୟମନ୍ତ୍ରୀ । ସୀମିତ ସମ୍ବଳ ସତ୍ତେ୍ୱ ମୋଟ ବ୍ୟୟ ଅଟକଳକୁ ୧୫ରୁ ୧୭ ପ୍ରତିଶତ ବଢ଼ାଯାଇ ପାରେ । ୨୦୨୪- ୨୫ରେ ମୋଟ ବ୍ୟୟ ଅଟକଳ ଥିଲା ୨ ଲକ୍ଷ ୬୫ ହଜାର କୋଟି । ଏହା ୩ ଲକ୍ଷ ୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।
ବିକାଶର ମାପକାଠି କାର୍ୟ୍ୟକ୍ରମ ଖର୍ଚ୍ଚକୁ ୨୦% ବୃଦ୍ଧି କରାଯାଇପାରେ । ଚଳିତ ଆର୍ଥକ ବର୍ଷ ପାଇଁ କାର୍ୟ୍ୟକ୍ରମ ବ୍ୟୟ ଅଟକଳ ୧ ଲକ୍ଷ ୫୫ ହଜାର କୋଟି ରହିଛି । ଏହାକୁ ୧ ଲକ୍ଷ ୮୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି । ଅନୁରୂପ ଭାବେ ରାଜ୍ୟ କ୍ଷେତ୍ର କାର୍ୟ୍ୟକ୍ରମ ଖର୍ଚ୍ଚକୁ ୧ ଲକ୍ଷ ୧୨ ହଜାର କୋଟିରୁ ୧ ଲକ୍ଷ ୩୫ ହଜାର କୋଟିକୁ ବୃଦ୍ଧି କରାଯାଇପାରେ ।
Powered by Froala Editor