ରତ୍ନଭଣ୍ଡାର ଅଳଙ୍କାର ହେବ ସାର୍ବଜନୀନ
ରତ୍ନଭଣ୍ଡାର ଅଳଙ୍କାର ହେବ ସାର୍ବଜନୀନ | ତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହାକୁ ରାଜ୍ୟ ସରକାର ସାର୍ବଜନୀନ କରିବେ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ । ମରାମତି କାର୍ଯ୍ୟ ଚାଲୁ ରହିଛି । ଶେଷ ହେବା ପରେ ଗଣତିମଣତି ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।
Powered by Froala Editor