ଛତିଶଗଡ଼ରେ ଏନ୍କାଉଣ୍ଟର : ଟଳିଲେ ୩୧ ମାଓବାଦୀ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଏକାସଙ୍ଗେ ୩୧ ମାଓବାଦୀ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏନ୍କାଉଣ୍ଟର ନେଇ ସ୍ପଷ୍ଟ କରିଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ୍।
ଏନକାଉଣ୍ଟରରେ ଦୁଇ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ସାହାସକୁ ଗୃହମନ୍ତ୍ରୀ ପ୍ରଶଂସା କରିବା ସହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମୂଳେ ଧ୍ବଂସ କରାଯିବ ବୋଲି ଦୋହରାଇଛନ୍ତି।
ସେହିପରି ଜାନୁଆରୀ ୩୧ରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ମାଓବାଦୀ ବିରୋଧୀ ଅଭିଯାନରେ ବାହାରିବା ସମୟରେ ଗୁଳିବିନିମୟ ହୋଇଥିଲା। ଏହି ଅଞ୍ଚଳରେ ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନର କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଶୁକ୍ରବାର ଆରମ୍ଭ ହୋଇଥିବା ଅପରେଶନରେ ଜିଲା ରିଜର୍ଭ ଗାର୍ଡ ଏବଂ ରାଜ୍ୟ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସର କର୍ମଚାରୀମାନେ ସାମିଲ ଥିଲେ।
Powered by Froala Editor