୨୧ ଲକ୍ଷ ଟଙ୍କାରେ ଫିଲ୍ମ ସାଇନ କଲେ ମୋନାଲିସା

ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳ ବିକ୍ରି କରୁଥିବା ମୋନାଲିସାଙ୍କୁ ଫିଲ୍ମରେ ମିଳିଲା ଫିଲ୍ମ ଅଫର । ଚଳଚ୍ଚିତ୍ର ନିର୍ମାତା ସଜୋନ ମିଶ୍ର ତାଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର "ଦି ଡାଏରୀ ଅଫ୍ ମଣିପୁର"ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବାକୁ ଅଫର ଦେଇଛନ୍ତି। ନିର୍ଦ୍ଦେଶକ ସଜୋନ ମିଶ୍ରା ଇନ୍ଦୋର ସ୍ଥିତ ମାହେଶ୍ବରୀ ଗାଁରେ ପହଞ୍ଚି ମୋନାଲିସାଙ୍କ ବାପା, ମାଆଙ୍କ ସହ କଥା ହୋଇଛନ୍ତି । ଆଉ ସିନେମା ପାଇଁ ସାଇନ୍ ମଧ୍ୟ କରିଛନ୍ତି ।
ରିପୋର୍ଟ ଅନୁସାରେ ଏହି ସିନେମା ପାଇଁ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ଫିସ୍ ମିଳିବ । କେବଳ ସେତିକି ନୁହେଁ ମୋନାଲିସାଙ୍କୁ ୧ ଲକ୍ଷ ଟଙ୍କାର ସାଇନିଂ ଆମାଉଣ୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶକ ସଜୋନ ।
ଏହି ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବେ। ଫିଲ୍ମର ସୁଟିଂ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ହେବ। ଏହି ଫିଲ୍ମ ଅକ୍ଟୋବର କିମ୍ବା ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ସୁଟିଂ ପୂର୍ବରୁ ମୋନାଲିସାଙ୍କୁ ତିନି ମାସ ପାଇଁ ମୁମ୍ବାଇରେ ଅଭିନୟ ତାଲିମ ଦିଆଯିବ। ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ ଷ୍ଟାର ରାଜକୁମାର ରାଓଙ୍କ ବଡ଼ ଭାଇ ଅମିତ ରାଓ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ଏଥରକ ମହାକୁମ୍ଭ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଥିଲା । ଭଳିକି ଭଳି ବାବାଙ୍କ ସହ ନାୟିକା ହର୍ଷାଙ୍କ ସାଧ୍ବବୀ ଅବତାର ଖୁବ ଚର୍ଚ୍ଚା ସାଉଁଟୁଥିଲେ । ଏହା ଭିତରେ ନିଜ ସୌନ୍ଦର୍ୟ୍ୟ ପାଇଁ ପ୍ରୟାଗରାଜଠୁ ନେଇ ସାରା ଦେଶରେ ଖବର ପାଲଟିଥିଲେ ମଧ୍ୟପ୍ରଦେଶର ମୋନାଲିସା । ନିଜ ଆକର୍ଷଣୀୟ ଚେହେରା, କଥା କୁହା ନୀଳ ଆଖି ଆଉ ସୁନ୍ଦର ହସ ପାଇଁ ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚା ସାଉଁଟିଥିଲେ ମୋନାଲିସା ।
Powered by Froala Editor