ଓଡ଼ିଶାକୁ ପୁଞ୍ଜି ବର୍ଷା : ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଏପଟେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହ ଏନର୍ଜି, ଫୁଡ୍ ପ୍ରୋସେସିଂ, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ବହୁ କଂପାନୀ ଓଡ଼ିଶା ମୁହାଁ ହୋଇଛନ୍ତି । ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ଦିବସରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୪୫ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଦ୍ବାରା ରାଜ୍ୟକୁ ୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଏହା ଦ୍ବାରା ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ମାଇନ୍ସ, ବୟନ, ପର୍ଯ୍ୟଟନ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, କ୍ଷେତ୍ରରେ ପୁଞ୍ଜି ଆସିବ। ୧୬ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହେବା ଆମ ପାଇଁ ବଡ଼ ସଫଳତା।
Powered by Froala Editor