ସୁଭଦ୍ରାକୁ ନେଇ ଘୋଷଣା, NPCI ଦ୍ବନ୍ଦ୍ବ ଦୂର ପାଇଁ ୨୯-୩୦ରେ ବ୍ୟାଙ୍କ ଯାଆନ୍ତୁ…
ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ। ଯେଉଁମାନଙ୍କୁ କଲ ଆସିଛି, ମେସେଜ ଆସିଛି ସେମାନେ ବ୍ୟାଙ୍କ ଯାଆନ୍ତୁ। NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ।
ବ୍ୟାଙ୍କମାନଙ୍କରେ ସୁଭଦ୍ରା ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ। ବ୍ୟାଙ୍କ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ଏବେ ବି ୩ ଲକ୍ଷରୁ ଅଧିକ NPCI ଫେଲ୍ୟୁଅର୍ ହିତାଧିକାରୀ ଅଛନ୍ତି । ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ସହାୟତା ଦିଆଯାଇଛି । ହିତାଧିକାରୀଙ୍କର e-KYC ହେବା ଦରକାର ଓ ତାହା ଆଧାର ସହ ଲିଙ୍କ ହେବା ମଧ୍ୟ ଜରୁରୀ ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇସାରିଲାଣି। ଏଥିରୁ କେହି ବାଦ୍ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।
Powered by Froala Editor