ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ: ମୋଦୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି । ଖୁବଶୀଘ୍ର ଦେଶ ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ । ଇନୋଭେଟିସ ସର୍ଭିସ ସେଣ୍ଟର, ଉଚ୍ଚମାନର ଉପôାଦନ ପ୍ରମୁଖ ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି । ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ । ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି । ପାରାଦୀପ ଓ ଗୋପାଳପୁରରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି । ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇରହିଥିବା ଅନେକ ପ୍ରକଳ୍ପ ଚାଲିଛି । ଓଡ଼ିଶାରେ ବ୍ଲୁ ଇକୋନମୀ ରାଜ୍ୟ ତାଲିକାରେ ଯୋଡ଼ି ହୋଇ ରହିଛି । ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି ଏମଏସଏମଇକୁ ସପୋର୍ଟ କରନ୍ତୁ । ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ । ଏଠାରେ ଆଧୁନିକ ଇକୋ ସିଷ୍ଟମ ପାଇଁ ଆହ୍ୱାନ କରୁଛି । ଏହାଦ୍ୱାରା ଓଡ଼ିଶାର ଯୁବପିଢ଼ି ନିଯୁକ୍ତି ପାଇବେ । ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହେବ । ଏହି ରାଜ୍ୟ ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ । ଏଥିପାଇଁ ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲୁ । ଓଡ଼ିଶାରେ ୫୦୦ କିମି ସମୁଦ୍ର ବେଳାଭୂମି, ୩୩ ପ୍ରତିଶତ ଜଙ୍ଗଲ ରହିଛି । ସବୁ ରାଜ୍ୟମାନଙ୍କୁ ମୁଁ ଶିଳ୍ପପତିଙ୍କ ସକାଶେ ଭିତ୍ତିଭୂମି ଦେବାକୁ ଯାଉଛି ବୋଲି ମୋଦୀ କହିଛନ୍ତି ।
ଏହାଛଡ଼ା ମୋଦୀ କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ପ୍ରତି ମୋର ଭଲ ପାଇବା ରହିଛି । ଓଡ଼ିଶାକୁ ମୁଁ ୩୦ ଥର ଆସିସାରିଲେଣି । ସ୍ୱାଧୀନଭାରତରେ ପ୍ରଧାନମନ୍ତ୍ରୀଭାବେ ମୁଁ ଓଡ଼ିଶାକୁ ଅଧିକ ଥର ପାଇଁ ଆସିଛି ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ। ବିକଶିତ ରାଷ୍ଟ୍ର ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ୱଳ କରିଛନ୍ତି। ବର୍ତ୍ତମାନ ଏଆଇ ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପିରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପିରେସନକୁ ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ବହୁତ ଶୀଘ୍ର ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରିନଥିବେ। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଉତ୍କର୍ଷ ଓଡ଼ିଶା’ ଗ୍ୟାଲେରୀ ବୁଲି ଦେଖିଛନ୍ତି।
Powered by Froala Editor