ଫିଲ୍ମ ପ୍ରମୋସନ କରିବାକୁ ଆସିଲେନି କିଆରା, ଜାଣନ୍ତୁ କାହିଁକି...
ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଗାମୀ ଚଳଚ୍ଚିତ୍ର ଗେମ ଚେଞ୍ଜର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ରାମ ଚରଣଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ। ଏସବୁ ମଧ୍ୟରେ ଶନିବାର ଦିନ କିଆରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିଲାଗି ସେ ନିଜର ଫିଲ୍ମ ‘ଗେମ୍ ଚେଞ୍ଜର’ର ଟ୍ରେଲର୍ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି। କାର୍ଯ୍ୟକ୍ରମ ସମୟରେ ହୋଷ୍ଟ ପ୍ରଶଂସକଙ୍କୁ ଏନେଇ ଜଣାଇବା ପରେ ସମସ୍ତେ ଚିନ୍ତା ପ୍ରକାଶ କରୁଛନ୍ତି। ହେଲେ କେଉଁ କାରଣରୁ ସେ ଡାକ୍ତରଖାନା ଯାଇଛନ୍ତି ତାହା ଜଣାପଡ଼ିନାହିଁ।
ଅଭିନେତ୍ରୀ ମୁମ୍ବାଇରେ ଗେମ୍ ଚେଞ୍ଜରର ଟ୍ରେଲର ଲଞ୍ଚ ଏବଂ ପ୍ରେସ୍ ମିଟ୍ ରେ ଯୋଗଦେବାକୁ ଯାଉଥିଲେ । ତେବେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଏହାପରେ ଖବର ଆସିଥିଲା ଯେ କିଆରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକୃତରେ, କିଆରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ ବୋଲି ଅଭିନେତ୍ରୀଙ୍କ ଟିମ କହିଛନ୍ତି। ତାଙ୍କ ଟିମ ପକ୍ଷରୁ କୁହାଯାଇଛି ଯେ କ୍ରମାଗତ ଭାବରେ ପ୍ରମୋସନ କରୁଥିବାରୁ ଥକ୍କା ହେତୁ ଅଭିନେତ୍ରୀଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ଗେମ ଚେଞ୍ଜରରେ ରାମ ଚରଣ ଜଣେ ସଚ୍ଚୋଟ ଆଇପିଏସ୍ ଅଧିକାରୀ ଭାବେ ନଜର ଆସିବେ। ସେ ଏକ ଭ୍ରଷ୍ଟ ରାଜନୈତିକ ବ୍ୟବସ୍ଥା ସହ ମୁକାବିଲା କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମରେ କିଆରା ନିଜର ଡେବ୍ୟୁ କରୁଛନ୍ତି।
Powered by Froala Editor