ଅଲ୍ଲୁ ଅର୍ଜୁନ ଆସିବେ ବୋଲି ୨ ଦିନ ପୂର୍ବରୁ ଦିଆଯାଇଥିଲା ସୂଚନା
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ହାଇଦ୍ରାବାଦର ଯେଉଁ ସନ୍ଧ୍ୟା ଥିଏଟରରେ ଦଳଚକଟା ଘଟଣାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା, ସେହି ଥିଏଟରର ମ୍ୟାନେଜମେଣ୍ଟ ଦାବି କରିଛି ଯେ ପୁଷ୍ପା-୨ର ପ୍ରିମିୟର ସ୍କ୍ରିନିଂ ପାଇଁ ଅଭିନେତା ଆସିବାର ଦୁଇ ଦିନ ପୂର୍ବରୁ ସେମାନେ ସୁରକ୍ଷା ପାଇଁ ପୁଲିସକୁ ସୂଚନା ଦେଇଥିଲେ।
ଡିସେମ୍ବର ୪ ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ସାଉଥ ସୁପରଷ୍ଟାରଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଏକ ବଡ ସତ ସାମ୍ନାକୁ ଆସିଛି ।
ଯେଉଁଥିରେ ପ୍ରକାଶ ପାଇଛି ଯେ ସଂଧ୍ୟା ସିନେମା ହଲ ଘଟଣାର ଦୁଇ ଦିନ ପୂର୍ବରୁ ପୁଲିସଠାରୁ ସୁରକ୍ଷା ମଗାଯାଇଥିଲା, ଯେଉଁଥିରେ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହି ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭଇରାଲ ହେଉଛି। ଯେଉଁଥିରେ ସଂଧ୍ୟା ସିନେମା ହଲ ଡିସେମ୍ବର ୨ ରେ ପୁଲିସକୁ ଏକ ଚିଠି ଲେଖିଥିଲା । ଏଥିରେ ଡିସେମ୍ବର ୪ ପାଇଁ ସୁରକ୍ଷା ମଗାଯାଇଥିଲା।
ସଂଧ୍ୟା ସିନେମା ହଲ ଚିରାପଲ୍ଲୀର ଆସିଷ୍ଟାଣ୍ଟ, ପୁଲିସ ଅଧିକାରୀଙ୍କୁ ଚିଠିରେ ଲେଖିଛନ୍ତିି, ସଂଧ୍ୟା ୭୦ ଏମଏମ ଏକ୍ସ ରୋଡ ହାଇଦ୍ରାବାଦରେ ସୁରକ୍ଷା ଯୋଗାଇ ଦେବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ପୁଷ୍ପା ୨ ଡିସେମ୍ବର ୪ରେ ରିଲିଜ ହେଉଛି। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଭିଡ଼ ଜମିବ। ଫିଲ୍ମର ଅଭିନେତା, ଭିଭିଆଇପି ଓ ପ୍ରଡକ୍ସନ ୟୁନିଟ ଏହି ଫିଲ୍ମ ଦେଖିବାକୁ ଆସୁଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସୂଚନା ମଧ୍ୟ ଚିଠିରେ ଶେୟାର କରାଯାଇଛି।
ଏନେଇ ହାଇଦ୍ରାବାଦ ପୁଲିସ କହିଛି, ଥିଏଟରରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ପୁଲିସର ଏହି ବୟାନ ପରେ ସଂଧ୍ୟା ଥିଏଟରର ପରିଚାଳକ ଏକ ଚିଠି ସାମ୍ନାକୁ ଆଣିଛନ୍ତି। ଚିଠି ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୁଲିସକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor